ଅବଦୁର ରେହମାନ ନିର୍ଦ୍ଦୋଷ

0

ଓଡ଼ିଆ ନ୍ୟୁଜ୍: ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ।ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କଲେ ଜିଲ୍ଲା ଦୌରାଜଜ୍‌। ପୂର୍ବରୁ ଜାମସେଦପୁର କୋର୍ଟ ମଧ୍ୟ ନିର୍ଦ୍ଦୋଷ ଘୋଷଣା କରିଥିଲେ। ଦିଲ୍ଲୀ କୋର୍ଟ ୭ ବର୍ଷର ସଜା ଶୁଣାଇଥିଲେ, ଶେଷ ହୋଇ ସାରିଛି। ୨୦୧୬ରେ ସାଲେପୁର ପଶ୍ଚିମକଚ୍ଛରୁ ଗିରଫ ହୋଇଥିଲେ। AQIS ଲିଙ୍କ୍‌ରେ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା।AQIS- ଅଲ୍ କାଏଦା ଇଣ୍ଡିଆନ୍ ସବ୍ କଣ୍ଟିନେଣ୍ଟ। ଗିରଫ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା।

୨୦୧୬ରେ ସାଲେପୁର ପଶ୍ଚିମକଚ୍ଛରୁ ଗିରଫ ହୋଇଥିଲେ। AQIS ଲିଙ୍କ୍‌ରେ ଅବଦୁର ରେହମାନଙ୍କୁ ଗିରଫ କରାଯାଇଥିଲା। AQISର ଅର୍ଥ ଅଲ୍ କାଏଦା ଇଣ୍ଡିଆନ୍ ସବ୍ କଣ୍ଟିନେଣ୍ଟ। ଗିରଫ ପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ଆବଶ୍ୟକୀୟ ପ୍ରମାଣ ଅଭାବରୁ ନିର୍ଦୋଷରେ କୋର୍ଟ ତାଙ୍କୁ ଖଲାସ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଡିସେମ୍ବର ୧୫ ତାରିଖରେ କଟକ ଜଗତପୁରର ପଶ୍ଚିମକଚ୍ଛରୁ ଗିରଫ ହୋଇଥିଲ ଅବଦୁର ରେହମାନ । ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ତାକୁ ରିମାଣ୍ଡରେ ନେଇଥିଲା । ଏଡିଜେ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । ଦିଲ୍ଲୀରେ ଯେଉଁ ମାମଲା ରହିଥିଲା, ସେହି ଘଟଣାରେ ଶୁଣାଣି ଶେଷ ହୋଇଥିଲା । ସେଥିରେ ତାଙ୍କୁ ଦଣ୍ଡବିଧାନ ଦିଆଯାଇଥିଲା । ୭ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ।

ପରବର୍ତ୍ତୀ ସମୟରେ ସେହି ଘଟଣାକୁ ନେଇ ଗିରଫ ହେଲେ । ପରେ ଜାମସେଦପୁର ରେ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ସେହି ମାମଲା ବିଚାର କରିବାରୁ ଆଜି ସେ ଖଲାସ ହୋଇଛନ୍ତି । ଅବଦୁର ରେହମାନର ଯେଉଁ ତୃତୀୟ ମାମଲା ରହିଥିଲା ଯାହା ଫଳରେ ସେ ବର୍ତ୍ତମାନ ସୁଦ୍ଧା ଜେଲରେ ରହିଥିଲେ, ପ୍ରମାଣ ଅଭାବରୁ ଆଜି ତାକୁ ଖଲାସ କରାଯାଇଛି ।

Leave A Reply

Your email address will not be published.