ଓଡ଼ିଆ ନ୍ୟୁଜ୍: ପାରଳାଖେମୁଣ୍ଡି: ଟ୍ରକ୍ ସହ କାର୍ ଧକ୍କା; ୩ ଜଣଙ୍କ ମୃତ୍ୟୁ।ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବାରୁଆ ନିକଟରେ ଦୁର୍ଘଟଣା।ଜଣେ ମହିଳା ଓ ୨ ଶିଶୁ ମୃତ; ଆଉ ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି।ବାଲେଶ୍ବରରୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣା।
ସୂଚନା ଅନୁସାରେ ଭୁବନେଶ୍ବରର ଗୋଟିଏ ପରିବାରର ସଦସ୍ୟ କାରରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ ସେମାନେ ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଏହି ସମୟରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଡେଇଁ ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା। କାରରେ ଥିବା ଲୋକମାନେ ଚାକି ହୋଇଯାଇଥିଲେ। ତା’ପରେ ଟ୍ରକ ଖେତରେ ପଶିଯାଇଛି।