ସହିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ସ୍ରାବଣ ସୋମବାରରେ ଏକ ଅଘଟଣ ଘଟିଯାଇଛି । ମାହାଦେବଙ୍କ ଜଳଲାଗି ପାଇଁ ଯାଉଥିବାବେଳେ ଏକ ଦ୍ରୁତଗାମୀ କାର ଧକ୍କା ଦେବା ଫଳରେ ୨କାଉଡିଆ ମୃତ୍ୟୁବରଣ କରିଛନ୍ତି । ଏଥିରେ ଦୁଇ ମୃତ,୧୩ ଆହତ। ଏଭଳି ଅଭାବନୀୟ ଗଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ।
ସୂଚନା ଅନୁସାରେ ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍। ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର। ଦୁଇ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ୩୫ ବର୍ଷୀୟା ଅନିତା ସ୍ବାଇଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ମୁକୁନା ବେହେରାଙ୍କର ବ୍ରହ୍ମପୁର ଏମକେସିଜିଠାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନିତା ସ୍ବାଇଁଙ୍କ ଝିଅର ଅବସ୍ଥା ସଂକଟାପନ୍ନ ଥବା କୁହାଯାଉଛି। ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଛି। ଗତକାଲି ଆସିକା ଋଷିକୂଲ୍ୟା ନଦୀରୁ ପାଣି ନେଇ ବୁଗୁଡ଼ା ବ୍ଳକ ଅରଖପୁର ଗ୍ରାମର କାଉଡ଼ିଆନେ ଅରଖପୁର ସ୍ଥିତ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ ଭେଟନଈ ନିକଟରେ ଏକ କାର୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପରେ ସେମାନଙ୍କୁ ଆସିକାରୁ ବ୍ରହ୍ମପୁର ପଠା ଯାଇଥିବା ବେଳେ ସେଠାରେ ପୁଣି ମୁକୁନା ବେହେରାଙ୍କ ମୃତ୍ୟୁ ହୋଇଥିଲା। ସେଠାରେ ମୃତକ ଅନିତା ସ୍ବାଇଁଙ୍କ ୧୮ ବର୍ଷୀୟା ଝିଅ ସୋନିଆ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ପଠାଯାଇଥିବା ସୂଚନା ରହିଛି। ଦୁର୍ଘଟଣାପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।