ମଧୁମେହ ରୋଗରୁ ମୁକ୍ତ କରେ ଜୁଆଣି

0

ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର: ମଧୁମେହ ସାଧାରଣତଃ ଆଜିକାଲି ସାଧାରଣ କଥା ହୋଇଗଲାଣି । ଆଉ ଭାରତରେ ଏହି ରୋଗ ଅତ୍ୟନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଉ ଘରେ ଘରେ ଏହି ରୋଗ ଖୁବ୍ ପରିଚିତ । ବୃଦ୍ଧମାନଙ୍କ ସହିତ ଯୁବପିଢି ମଧ୍ୟ ମଧୁମେହ ର ଶିକାର ହେଉଛନ୍ତି ।ମଧୁମେହ ଏତେ ବିପଜ୍ଜନକ ରୋଗ ଯେ ଥରେ ଯାହାକୁ ହୁଏ ଜୀବନସାରା ତାଙ୍କ ସହିତ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ କହିବୁ ଯାହା ଦ୍ଵାରା ମଧୁମେହ କଣ୍ଟ୍ରୋଲ ରେ ରଖିପାରିବେ ।ତେବେ ଏହି ମଧୁମେହ ରୋଗରୁ ସଂପୂର୍ଣ୍ଣ ଭଲ ହୋଇନପରାନ୍ତି କିନ୍ତୁ କିଛି ଟା ଉପଚାର ମଧ୍ୟ ରହିଛି ।ଜୁଆଣୀ ବ୍ୟବହାର କରି ଆପଣ ମଧୁମେହ ସମସ୍ୟାରୁ ରକ୍ଷା ପାଇପାରିବେ ।

ତେବେ ଜୁଆଣି ରେ ଔଷଧୀୟ ଗୁଣ ଭରପୂର ରହିଛି । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ, ବରଂ ଏହା ଶରୀରର ବହୁ ସମସ୍ୟା ମଧ୍ୟ ଦୂର କରିଥାଏ । ଜୁଆଣି ଭଳି ଜୁଆଣି ପାଣି ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ । ଜୁଆଣୀ ଖାଇବା ଦ୍ୱାରା ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ, ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହିତ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଜୁଆଣୀ ଲାଭଦାୟକ ହୋଇଥାଏ। ଜୁଆଣୀରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଭଳି ଅନେକ ଗୁଣ ରହିଛି। ଏହା ସହିତ ଏଥିରେ ଫାଇବର ମଧ୍ୟ ରହିଛି। ମଧୁମେହରେ ପୀଡିତ ରୋଗୀ ଖାଦ୍ୟ ଖାଇବା ପରେ ଜୁଆଣୀ ଖାଇବା ଆବଶ୍ୟକ।

ନିୟମିତ ଜୁଆଣୀ ଖାଇବା ଦ୍ୱାରା ବ୍ଲଡ୍ ସୁଗାର ସବୁବେଳେ ନିୟନ୍ତ୍ରଣରେ ରହିଥାଏ । ତେବେ, ଜୁଆଣୀକୁ ଖାଇବା ବ୍ୟତୀତ ଆପଣ ଏହାର ଚା’ ମଧ୍ୟ ପିଇପାରିବେ। ସୁଗାର ରୋଗୀଙ୍କ ପାଇଁ ଜୁଆଣୀ ଚା ଲାଭଦାୟକ ହୋଇଥାଏ । ଜୁଆଣୀ ଚା’ ତିଆରି କରିବା ପାଇଁ ପ୍ରଥମେ ପ୍ୟାନରେ ଏକ କପ୍ ପାଣି ଢାଳନ୍ତୁ । ଏହା ପରେ ଏଥିରେ ଅଧା ଚାମଚ ଜୁଆଣୀ, ଅଧା ଚାମଚ ପାନମଧୁରୀ, ଏକ ଚତୁର୍ଥ ଚାମଚ ଡାଲଚିନି ପାଉଡର ପକାଇ ଫୁଟାନ୍ତୁ । ଏହି ଚା’କୁ ଖାଦ୍ୟ ଖାଇବାର ପ୍ରାୟ ୪୫ ମିନିଟ୍ ପରେ ପିଅନ୍ତୁ ।

Leave A Reply

Your email address will not be published.