ସରଗରମ ପାଟକୁରା ରାଜନୀତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଟକୁରା ରେ ବିଧାୟକ ପାର୍ଥୀ ଭାବେ ବିଜେଡିରୁ ବରିଷ୍ଟ ନେତା ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ ମହାପାତ୍ର ମୈଦାନ କୁ ଓଲ୍ହାଇ ଥିବା ବେଳେ ବିଜେପି ଆମଦାନୀ ନେତା ତେଯେଶ୍ୱର ପରିଡା ଙ୍କୁ ପାର୍ଥି କରିଛି | କଂଗ୍ରେସ ରୁ ରତିକାନ୍ତ କାନୁନ ଗୋ ପାର୍ଥି ହୋଇଥିବା ବେଳେ ଆମ ଆଦମୀ ପାଟି ରୁ ଶ୍ରମିକ ନେତା ଅଶୋକ ତ୍ରିପାଠୀ ପାର୍ଥି ହୋଇଛନ୍ତି | ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ର ବାର୍ତା ନେଇ ବିଜୁ ଜନତା ଦଳ ର ପାର୍ଥି ଲୋକ ଙ୍କ ପାଖରେ ପହଂଚି ଥିବା ବେଳେ ଗାଁ କୁ ଗାଁ ବୁଲି ବିଶାଳ ରୋଡ଼ ସୋ ଓ ଡୋର କ୍ୟାମ୍ପନିଙ୍ଗ ମାଧ୍ୟମ ରେ ପ୍ରଚାର କରୁଛନ୍ତି | ବିଜେପି ରୁ ପାର୍ଥି ହୋଇଥିବା ତେଜେଶ୍ୱର ପରିଡା ଙ୍କ ସାଙ୍ଗଠନିକ ଦଖ୍ୟତା ଅଭାବ ରୁ ନିର୍ବାଚନୀ ପ୍ରଚାର ଢିଲା ପଡିଯାଇଥିବା ବେଳେ କିଛି ବାଇକ ରାଲି କରି ଓ ଜାତୀୟ ସ୍ତରୀୟ ନେତୃତ୍ୱ ଙ୍କୁ ପାଟକୁରା ଆଣି ସଭା ସମିତି ମାଧ୍ୟମ ରେ ଭୋଟ ହାତେଇବାକୁ ଚେଷ୍ଟା ଜାରି ରଖିଚନ୍ତି |

କଂଗ୍ରେସ ର ପାର୍ଥି ରତିକାନ୍ତ କାନୁନ ଗୋ ଚାରି ବର୍ଷ ହେବ କଂଗ୍ରେସ ରେ ଯୋଗ ଦେଇ ନିଜ ସଂଗଠନ କୁ ସୁଦୃଢ କରିବା ସହ ନିର୍ବାଚନୀ ଋତୁ ରେ ଜୋରଦାର ପ୍ରଚାର ଜାରି ରଖିଛନ୍ତି | ଆମ ଆଦମୀ ପାଟି ଦ୍ୱାରା ପାଟକୁରା ରେ ବିଧାୟକ ପାର୍ଥି ଭାବେ ଅଶୋକ ତ୍ରିପାଠୀ ଙ୍କୁ ଓଲ୍ହାଇଛନ୍ତି | ନିଜ ସାମର୍ଥ୍ୟ ଅନୁଯାୟୀ ଅଶୋକ ପ୍ରଚାର ଜାରି ରଖିଛନ୍ତି |ଅନ୍ୟ ପଟରେ ଓଡିଶା ହାଇକୋର୍ଟ ର ଜଣେ ଆଇନଜୀବୀ ତଥା ଦାନପୁର ଅଞ୍ଚଳ ର ବିଭୁତି ଭୂଷଣ ପଣ୍ଡା ସ୍ୱାଧୀନ ବିଧାୟକ ପାର୍ଥି ଭାବେ ପାଟକୁରା ମୈଦାନ ରେ ଓଲ୍ହାଇ ଥିବା ବେଳେ ବିଭିନ୍ନ ଦଳୀୟ ପାର୍ଥି ଙ୍କୁ ସେ ମଧ୍ୟ କଡ୍ଡା ଟକ୍କର ଦେଉଛନ୍ତି | ପାଟକୁରା ନିର୍ବାଚନ ମଣ୍ଡଳୀ ରେ ଲୁଣା କାରଣ୍ଡିଆ ଦ୍ବିପାଞ୍ଚଳ, ଚିତ୍ରୋତ୍ପଳା -ଲୁଣା ଓ ପାଇକା-ଚିତ୍ରୋତ୍ପଳା ଦ୍ବିପଞ୍ଚଲ ର ବନ୍ୟା ସମୟରେ ଚାଷୀ ଙ୍କ ସମସ୍ୟା ହୀ ମୁଖ୍ୟ ପ୍ରସଙ୍ଗ ଥିବା ବେଳେ ବିଜେଡି ପାର୍ଥି ଅରବିନ୍ଦ ଜଳ ସେଚନ ଓ ଜଳ ନିଷ୍କାସନ କୁ ପ୍ରାଥମିକତା ଦେବାର ପ୍ରତିଶୃତି ଦେଇ ମୈଦାନ କୁ ଓଲ୍ହାଇ ଛନ୍ତି | ବିକଶିତ ପାଟକୁରା ଗଠନ ଓ ନବୀନ ର ଯୁବ ବ୍ରିଗେଡ ଭାବେ ପାଟକୁରା ର ସର୍ବାଙ୍ଗୀନ ବିକାଶ ପାଈଁ କାମ କରିବେ ବୋଲି ଅରବିନ୍ଦ ମହାପାତ୍ର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି |

ବିଜେପି ପାର୍ଥି ତେଜେଶ୍ୱରଙ୍କ ର ପାଟକୁରା ପାଈଁ କୌଣସି ବିଶେଷ ପ୍ରଶଙ୍ଗ ଓ ପ୍ରତିଶୃତି ନଥିବା ବେଳେ କେବଳ ଯୋଡି ପଦ୍ମ ରେ ଭୋଟ ଦେବାକୁ ନିବେଦନ କରିଛନ୍ତି |କଂଗ୍ରେସ ପାର୍ଥି ରତିକାନ୍ତ କାନୁନ ଗୋ ଓ ଆମ ଆଦମୀ ପାର୍ଥି ଅଶୋକ ତ୍ରିପାଠୀ ପାଟକୁରା ବିକାଶ ଓ ଦୁର୍ନୀତି ମୁକ୍ତ ପାଟକୁରା ଗଠନ କୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି | ମାତ୍ର ସ୍ୱାଧୀନ ବିଧାୟକ ପାର୍ଥି ବିଭୁତି ଭୂଷଣ ପଣ୍ଡା ମଧ୍ୟ ବିଭିନ୍ନ ଗୁରୁତ୍ୱ ପୁର୍ଣ ମୁଦ୍ଦା କୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଂଚି ନିଜ ସପକ୍ଷ୍ୟ ରେ ଭୋଟ ପାଇଁ ନିବେଦନ କରିଛନ୍ତି |ପାଟକୁରା ଭୋଟର ମଧ୍ୟ ବେଶ ସଚେତନ. ବିକାଶ ବିନାମ ବିରୋଧୀ ଙ୍କ ଲଢେଇ ରେ ନିଜ ଭୋଟ ର ମୂଲ୍ୟାଙ୍କନ ଉଚିତ ପାର୍ଥି ପ୍ରତି କରି ପାଟକୁରା ବିକାଶ ରେ ନିଜ ଯୋଗଦାନ ଦେବେ | ଦେଖାଯାଉ ପ୍ରତିଶୃତି ଓ ପ୍ରଗତି ର ମୁଦ୍ଦା ରେ କିଏ ବାଜିମାତ କରିବେ ତାହା ସମୟ ସାପେକ୍ଷ |

Leave A Reply

Your email address will not be published.