ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆର ପାରିରେ ବି. ଆର୍. ଚୋପ୍ରାଙ୍କ ଟେଲିଭିନ୍ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁ ଅଭିନେତା ସରବ୍ଜୀତ୍ ଗୁଫୀ ପେଣ୍ଟଲ୍। ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଆଜି ତାଙ୍କର ଦେହାନ୍ତ ହୋଇଥିବା ପରିବାରସୂତ୍ରରୁ ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷୀୟ ହୋଇଥିଲା। ‘ନିଉଜ୍ ଏଜେନ୍ସି ପି.ଟି.ଆଇ.’କୁ ତାଙ୍କ ପୁତୁରା ହିତେନ୍ ପେଣ୍ଟଲ୍ କହିଛନ୍ତି, ଦୁଃଖର କଥା, ସେ ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଶୋଇଥିବା ଅବସ୍ଥାରେ ଶାନ୍ତିରେ ତାଙ୍କର ମୃତ୍ୟୁ ଘଟିଛି। ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ‘ବାହାଦୁର୍ ଶାହ ଜାଫର୍’, ‘ମହାଭାରତ’, ‘କାନୁନ୍’, ‘ଓଁ ନମଃ ଶିବାୟ’, ‘ସିଆଇଡି’, ‘ସସ୍ କୋଇ ହୈ’, ‘ଦ୍ବାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି।
୧୯୭୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ରଫୁ ଚକ୍କର୍’ରେ ଗୁଫୀ ସର୍ବପ୍ରଥମେ ଅଭିନୟ କରିଥିଲେ। ଏହାପରେ ‘ଦିଲ୍ଲଗି’, ‘ଦେଶ ପର୍ଦେଶ’ ଏବଂ ‘ସୁହାଗ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କଲେ।