ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।  ଆଜି ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।

ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ ସାର୍‌ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କର ଜଣେ ଫ୍ୟାନ୍‌। ଏମିତିକି କେବଳ ତାଙ୍କୁ ଉତ୍ସର୍ଗ କରି ଏକ ଫିଲ୍ମ ତିଆରି କରିଥିଲି। ସାର୍‌ଙ୍କ ବ୍ୟକ୍ତିତ୍ୱ, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସବୁବେଳେ ମୋତେ ପ୍ରେରଣା ଦେଇଛି। ସେ କଥାରେ କମ୍ ଓ କାମରେ ଅଧିକ ବିଶ୍ୱାସ କରନ୍ତି। ମୋତେ ବିଜେଡିରେ ସାମିଲ ହେବାକୁ ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ସ୍ବାମୀ ଅନୁଭବଙ୍କ ସହ ଦାମ୍ପତ୍ୟ ବିବାଦ ପାଇଁ ଚର୍ଚ୍ଚାରେ ଥିଲେ ବର୍ଷା ।

କୋର୍ଟ ଉଭୟଙ୍କ ଛାଡପତ୍ରକୁ ଗ୍ରୀନ ସିଗନାଲ ଦେଇସାରିଥିଲେ ସୁଦ୍ଧା ଆଇନଗତ ପ୍ରକ୍ରିୟା ଶେଷ ହୋଇନି । ବିଜେଡି ଟିକେଟରେ ଥରେ ରାଜ୍ୟସଭା ଓ ଥରେ ଲୋକସଭା ସାଂସଦ ହୋଇଥିବା ଅନୁଭବ ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ଅନୁଭବଙ୍କ ଟିକେଟ ବିଜେପି ସ୍ପଷ୍ଟ କରିନଥିବା ବେଳେ ଏବେ ବର୍ଷା ବିଜେଡିରେ ମିଶିବା ପରେ ସେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.