ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ନରସିଂହପୁର ପାଳିତ ହୋଇଯାଇଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଆଜିର ଦିନକୁ ସଂପୂର୍ଣ୍ଣ ନିରାଡମ୍ବର ଭାବରେ ପାଳନ କରୁଛି ବିଜେଡ଼ି। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି ।

ଏହି ପରିପ୍ରେକ୍ଷୀରେ ଆଜି ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ନେତୃତ୍ୱରେ ବଡମ୍ବା ନିର୍ବାଚନ ମଣ୍ଡଳୀର ନରସିଂହପୁର ବ୍ଲକ ରଣସିଂହପୁର ଠାରେ ଥିବା ମାଆ ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଯୁବ ସଂଗଠନ,ମହିଳା ଏବଂ ଛାତ୍ର ସଂଗଠନ୍ ଏକତ୍ରିତ ହୋଇ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରିବା ସହିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ବିଧାୟକ ଦେବୀ ମିଶ୍ର ବିଜୁ ପଟ୍ଟନାୟକ ଶ୍ରାଦ୍ଧ ଦିବସ ଅବସରରେ ଏକ ସମୃଦ୍ଧ, ସଶକ୍ତ,ସ୍ଵାଭିମାନୀ” ନବୀନ ଓଡ଼ିଶା “ଗଢିବାର ସଂକଳ୍ପ ନେବା ପାଇଁ ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜେଡ଼ି କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ । ତତ୍ ସହିତ ଚଳିତ ସାଧାରଣ ନିର୍ବାଚନରେ ବଡମ୍ବା ନିର୍ବାଚନ ମଣ୍ଡଳୀରେ ଡବଲ ଶଙ୍ଖ ପାଇଁ ନାରା ଦେଇଥିଲେ ଉପସ୍ଥିତ ବିଜେଡ଼ି କର୍ମୀ।

Leave A Reply

Your email address will not be published.