ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ପୁରା କରଞ୍ଜିଆ ସହର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ପୁରା କରଞ୍ଜିଆ ସହର | ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ। ଏହି ସର୍ବତ୍ର ଏହାକୁ ଶ୍ରୀରାମ ନବମୀ ଉତ୍ସବ ରୂପରେ ପାଳନ କରାଯାଉଛି। ଦିନ ଟିକୁ କେବଳ ଭାରତ ନୁହଁ ଦେଶ ବିଦେଶରେ ମଧ୍ୟ୍ୟ ବହୁ ଧୂମଧାମ ର ସହିତ ପାଳନ କରାଯାଉଥାଏ | ଶ୍ରୀରାମ ନବମୀ ଉତ୍ସବ ପାଳନକୁ ନେଇ ଆଜି ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ସହର ।

ତେବେ ଆଜି ସକାଳ 10 ଘଟିକା ସମୟରେ ସହର ମଧ୍ୟରେ ଥିବା ପ୍ରମୁଖ ହନୁମାନ ମନ୍ଦିର ଗୁଡିକରେ ଝଣ୍ଡା ପୂଜନ ହୋଇଥିବା ସହିତ ମନ୍ଦିର ମାନଙ୍କରେ ବେଶ୍ ଜନ ସମାଗମ ଦେଖା ଯାଇଥିଲା। ଦିବା ୦୧ଘଟିକା ସମୟରେ ସ୍ଥାନୀୟ ଦୋଳ ପଡିଆ ନିକଟରୁ ଏକ ବାଇକ ସଭାଯାତ୍ରା ବାହାରି ସହର ପରିକ୍ରମା କରି ଗୋଲେଇ ହୋଇ ଦେଓ ନଦୀ ନିକଟରେ ଥିବା ହୋନୁମାନ ଜିଙ୍କ ମନ୍ଦିର ନିକଟରେ ପହଂଚିଥିଲେ ସେଠାରେ ପୂଜାର୍ଚନା କରିବା ସହିତ ପ୍ରସାଦ ସେବନ କରି ଦୋଳ ପଡିଆ ଠାରେ ସମାପନ ହୋଇଥିଲା |ପୁଣି ଅପରାହ୍ନରେ ସନ୍ଧ୍ୟା 6 ଘଟିକା ସମୟରେ କରଞ୍ଜିଆର ଐତିହାସିକ ଦୋଳପଡିଆର ଶ୍ୟାମ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ଅମ୍ବିକା ମନ୍ଦିର ଛକ ବଜାର ଛକ ଏନଏସି ଛକ ନେତାଜୀ ଛକ ଦେଇ ମାଣିକ ଛକ ହୋଇ ପଟାକାଟ ଛକ ଦେଇ ସାହାରପଡା ଛକ ରୁ ବାବା ପୁର୍ନେଶ୍ୱର ମନ୍ଦିର ଠାରେ ସମାପନ ହୋଇଥିଲା |

ଏଥିରେ ଆଖଡ଼ା ପକ୍ଷରୁ ଖେଳାଳିଙ୍କ ଖେଳ ପ୍ରଦର୍ଶନ ତଥା ବିଭିନ୍ନ ତୋରଣ ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନୀରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା। କୌଣସି ଅପ୍ରିତୀକର ପରିସ୍ଥିତି ସହ ଦୁର୍ଘଟଣାକୁ ପ୍ରତିରୋଧ କରିବାକୁ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସୁବ୍ରତ କୁମାରଙ୍କ ଥାନା ଅଧିକାରୀ ନିରୋଧ କୁମାର ଉପସ୍ଥିତି ରେ ବ୍ୟାପକ ପୋଲିସ ନିୟୋଜିତ କରା ଯାଇଥିଲା। ତେବେ କହିବାକୁ ଗଲେ କରଞ୍ଜିଆ ସହରରେ ଖୁବ ଶାନ୍ତି ଶୃଙ୍ଖଳା ସହ ହଜାର ହଜାର ଶ୍ରୀ ରାମ ଭକ୍ତ ଙ୍କ ସମାଗମରେ ଧୁମଧାମରେ ଶ୍ରୀରାମ ନବମୀ ଉତ୍ସବ ପାଳନ ହୋଇ ଯାଇଛି।

Leave A Reply

Your email address will not be published.