ଶ୍ରୀରାମ ନବମୀରେ ରାଇରଙ୍ଗପୁର ସହର ଉତ୍ସବମୁଖର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀ ରାମ ନବମୀରେ ରାଇରଙ୍ଗପୁର ସହର ଉତ୍ସବମୁଖର | ପବିତ୍ର ଶ୍ରୀରାମ ନବମୀରେ ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀର ସଙ୍କଟ ମୋଚନ ଶ୍ରୀ ହନୁମାନ ମନ୍ଦିର, ତଳସାହି ମହାବୀର କ୍ଲବ ଆନୁକୂଲ୍ୟରେ ପଞ୍ଚମୁଖୀ ହନୁମାନ ମନ୍ଦିର, ଇଚିଣ୍ଡା, ରାଇରଙ୍ଗପୁର ଉପକାରାଗାର, ଲିଙ୍କ ରୋଡ୍, ଓ ଅଳାଁଡୁବା ର ଶ୍ରୀ ହନୁମାନ ମନ୍ଦିରରେ କମିଟୀ ପକ୍ଷରୁ ଆଡମ୍ବର ସହ ପୂଜାର୍ଚ୍ଚନା ହୋଇଯାଇଛି |

ଏଥି ସହିତ ଉପଖଣ୍ଡର ବିଭିନ୍ନ ବ୍ଲକରେ ଉତ୍ସାହ ଓ ଉନ୍ମାଦନା ସହ ଶ୍ରୀ ରାମ ନବମୀ ପାଳିତ ହୋଇଯାଇଛି | ଏହି ଅବସରରେ ବିଜେଡି ବିଧାନସଭା ପାର୍ଥୀ ରାଇସେନ ମୁର୍ମୁ ଓ ଭାରତୀୟ ଜନତା ପାର୍ଟି ଲୋକସଭା ପାର୍ଥୀ ନବଚରଣ ମାଝୀ ଶ୍ରୀ ହନୁମାନ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କୁ ଦର୍ଶନ କରି ଆଗାମୀ ସାଧାରଣ ନିର୍ବାଚନରେ ଜୟଯୁକ୍ତ ହେବାର ଆଶିଷ କାମନା କରିଥିଲେ | ଏଥିସହିତ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ଉପାଧ୍ୟକ୍ଷ ମମିତା ଚୌଧୂରୀ, ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ମହିଳାମୋର୍ଚ୍ଚା ସଭାପତି ତନୁଜା ମହାନ୍ତ ତଥା ଦଳୀୟ କର୍ମୀ ଯୋଗ ଦେଇଥିଲେ | ସେହିପରି ଭାରତୀୟ ଜନତା ପାର୍ଟିର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ | ସେମାନେ ଲୋକମାନଙ୍କୁ ଶୁଭେଛା ଜଣାଇଥିଲେ |

ମନ୍ଦିର କମିଟୀ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ବେଳେ ସନ୍ଧ୍ୟାବେଳା ଶ୍ରୀରାମ ଓ ଶ୍ରୀହନୁମାନଙ୍କ ମଧ୍ୟରେ ରଣକୌଶଳ ର ଅଭିନୟ ଦେଖେଣାହାରୀଙ୍କୁ ଅତୀବ ଆମୋଦିତ କରିଥିଲା | ସନ୍ଧ୍ୟାଆରତି ପରେ ପ୍ରଭୁଙ୍କର ମନଲୋଭା ରୂପ ଦରଶନ କରି ଭକ୍ତମାନେ କୁତାର୍ଥ ହୁଅନ୍ତି | ବାସ୍ତବିକ ଶ୍ରୀରାମନବମୀ ରେ ଶ୍ରୀ ହନୁମାନ ମନ୍ଦିର ମୁଖରିତ ହୋଇଉଠେ | କାରଣ ଭକ୍ତ ଓ ଭଗବାନଙ୍କ ସଂପର୍କ ଅନନ୍ୟ ଅଟେ l ରାତ୍ର କାଳରେ ମନ୍ଦିରର ଲାଇଟ ଡେକୋରେସନରେ ମନ୍ଦିର ପରିବେଶ ଶୋଭା ଦ୍ବିଗୁଣିତ ଦେଖାଯାଏ |

Leave A Reply

Your email address will not be published.