୧୯୯୯ର ପୁରାତନ ଛାତ୍ର ମାନେ ବିଦ୍ୟାଳୟ କୁ ଏକ ଲକ୍ଷ ଟଙ୍କା ସହାୟତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଳପଡା କ୍ଷେତ୍ର ମୋହନ ଉଚ୍ଚ ବିଦ୍ୟାପୀଠ ମେଟ୍ରିକ ୧୯୯୯ର ପୁରାତନ ଛାତ୍ର ମାନେ ବିଦ୍ୟାଳୟ କୁ ଏକ ଲକ୍ଷ ଟଙ୍କା ସହାୟତା | ମୋ ସ୍କୁଲ ଅଭିଯାନ ରେ ଆନନ୍ଦପୁର ଉପଖଣ୍ଡ ସାଳପଡା କ୍ଷେତ୍ର ମୋହନ ଉଚ୍ଚ ବିଦ୍ୟାପୀଠ ମେଟ୍ରିକ ୧୯୯୯ ର ପୁରାତନ ଛାତ୍ରଙ୍କ ଦ୍ଵାରା ବିଦ୍ୟାଳୟ ର ଉନ୍ନତି ନିମନ୍ତେ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି |

ଏହିପରି ବିଦ୍ୟାଳୟ ପ୍ରତି ସହଯୋଗ ମନୋଭାବ ରଖି ସହଯୋଗ କରିଥିବା ଛାତ୍ର ମାନଙ୍କୁ ଶିକ୍ଷକ ମାନେ ଧନ୍ୟବାଦ ଜଣାଇଥିଲେ | ଏହା ସହ ତୁମ ପରି ସମସ୍ତେ ସହଯୋଗ ମନୋଭାବ ରହିଲେ ବିଦ୍ୟାଳୟର ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇ ପାରିବ | କେବଳ ଭଲ ପାଠ ପଢି ଦେଲେ ଜଣେ ଭଲ ଛାତ୍ର ହୋଇ ନଥାଏ ଛାତ୍ର ଉତ୍ତମ ବ୍ୟବହାର ସମାଜ କଲ୍ୟାଣରେ ନିଜର କାର୍ଯ୍ୟ ଜଣେ ଭଲ ଛାତ୍ରର ପରିଚୟ ହୋଇ ଥାଏ |

ଆଜି ପୁରାତନ ଛାତ୍ରଙ୍କ ଏହି ସହାୟତା ମନୋଭାବ ଶିକ୍ଷକ ମାନଙ୍କ ମୁହଁରେ ହସ ଫୁଟାଇବା ସହ ପୁରୁଣା ଦିନର ସୃତି ମନେ ପକାଇଥିଲେ | ଏହିପରି ସବୁ ପିଲାଙ୍କ ମନ ବିଦ୍ୟାଳୟ ପ୍ରତି ରହିବା ଦରକାର ବୋଲି ପ୍ରଧାନ ଶିକ୍ଷକ କାଳୀପଦ ମିଶ୍ର କହିଥିଲେ ।

Leave A Reply

Your email address will not be published.