ଓଡ଼ିଆ ନ୍ୟୁଜ୍: ପୂଜା ପାଇଁ ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।ସେପ୍ଟେମ୍ବର ମାସର ଦରମାକୁ ୨୬ ତାରିଖରେ ଦେବା ପାଇଁ ନିର୍ଦ୍ଦେଶନାମା।ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା।ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ।
ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ଦଶହରା ପରି ପାର୍ବଣ ୠତୁରେ ବିଭିନ୍ନ ସାମଗ୍ରୀ କିଣାକିଣି ହୋଇଥାଏ ଏବଂ ଏବର୍ଷ ସାରା ଦେଶରେ ଜିଏଏସଟି-୨.୦ ସଂସ୍କାର ପରେ ସାରା ଦେଶରେ ସଞ୍ଚୟ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ଦରମା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।