ଇଡିର ଅଷ୍ଟମ ନୋଟିସକୁ ଏଡ଼ାଇବା ପରେ କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ ଜାରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଇଡିର ଅଷ୍ଟମ ନୋଟିସକୁ ଏଡ଼ାଇବା ପରେ କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଛନ୍ତି । କେଜ୍ରିଓ୍ବାଲଙ୍କୁ ଆସନ୍ତା 16 ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରା କୋର୍ଟରେ ହାଜର ହେବାକୁ କହିଛନ୍ତି ।

ତେବେ ଏନେଇ ଇଡି ପକ୍ଷରୁ ଏଏସଜି ଏସବି ରାଜୁ କହିଛନ୍ତି, “ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ମନି ଲଣ୍ଡରିଂ ଆକ୍ଟର ଧାରା 50 ଅନୁସାରେ ସମନ ପଠାଯାଉଛି । କିନ୍ତୁ ସେ ହାଜର ହେଉ ନାହାନ୍ତି । ଅରବିନ୍ଦ କେଜ୍ରିଓ୍ବାଲ କୌଣସି ତଦନ୍ତରେ ସହଯୋଗ କରୁନାହାନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି 8 ଥର ସମନ ଜାରି କରିଛି । କେଜ୍ରିଓ୍ବାଲଙ୍କ ବିରୋଧରେ ଇଡି ରାଉଜ ଆଭେନ୍ୟୁ କୋର୍ଟରେ ଦ୍ବିତୀୟ ଥର ପାଇଁ ଅଭିଯୋଗ କରିଛି ।” ଏହା ପୂର୍ବରୁ ଅର୍ଥାତ ଫେବୃଆରୀ 17 ତାରିଖରେ କୋର୍ଟରୁ ଆଶିଂକ ଆଶ୍ବସ୍ତି ମିଳିଥିଲା । ମାର୍ଚ୍ଚ 16 ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫେବୃଆରୀ 17 ତାରିଖ ପରେ କେଜ୍ରିଓ୍ବାଲକୁ 3ଥର ସମନ ଜାରି କରାଯାଇଥିବା ବେଳେ ହାଜର ହୋଇନଥିଲେ ।

ଫେବୃଆରୀ 17 ତାରିଖରେ ଦିଲ୍ଲୀ ବିଧାନସଭା ବଜେଟ ଏବଂ ଟ୍ରଷ୍ଟ ମୋସନ ଦର୍ଶାଇ ଶାରୀରିକ ଭାବେ ହାଜର ହୋଇପାରିବେ ନାହିଁ ବୋଲି ଦର୍ଶାଇଥିଲେ । ଏହାପରେ ସେ ନିଜେ ଇଡିରେ ହାଜର ହେବା ପାଇଁ ତାରିଖ ମାଗିଥିଲେ । ୨୦୨୧ ମାର୍ଚ୍ଚ ୨୨ ତାରିଖରେ ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀ ନୂଆ ମଦ ନୀତି ଘୋଷଣା କରିଥିଲେ । ୧୭ ନଭେମ୍ବର ୨୦୨୧ରେ ଅବକାରୀ ପଲିସି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂଆ ଆଇନ୍ ଅନୁଯାୟୀ, ସରକାର ଏହି ବ୍ୟବସାୟରୁ ବାହାରକୁ ଚାଲିଆସିଲେ ଏବଂ ସମସ୍ତ ଦୋକାନ ଘରୋଇ ମାଲିକଙ୍କ ହାତକୁ ଚାଲିଯାଇଥିଲା । ଏହା ଦ୍ବାରା ମାଫିଆ ରାଜ୍ ଶେଷ ହେବା ସହ ସରକାରଙ୍କ ରାଜସ୍ବ ବୃଦ୍ଧି ହେବ ବୋଲି ଦିଲ୍ଲୀ ସରକାର ତର୍କ ରଖିଥିଲେ । ମାତ୍ର ଆଇନ ଆରମ୍ଭ ହେବା ଦିନ ଠାରୁ ବିବାଦୀୟ ହୋଇଛି ।

Leave A Reply

Your email address will not be published.