ପୁଣି ଗାନ୍ଧୀ ମାର୍ଗରେ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ କଲେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ, ବାରମ୍ବାର ପ୍ରତିଶ୍ରୁତି ଦେଇ ଠକିଛନ୍ତି ରାଜ୍ୟସରକାର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):୨୩.୦୫.୨୦୨୩।ଓଡିଶା ସରକାରୀ ହାଇ ସ୍କୁଲ CBT ସଂଘର ଆହ୍ବାନରେ ମିଳିତ ମଞ୍ଚରେ ନିଜ ହକ୍ ପାଇଁ ୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ପୁଣି ଗାନ୍ଧୀ ମାର୍ଗରେ ବସି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସାମୂହିକ ଧାରଣାରେ ବସି ଶିକ୍ଷା ବିଭାଗର ଅବହେଳା ପାଇଁ ପ୍ରତିବାଦ୍ ଜଣାଇଛନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ବିଭାଗ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠକି ଚାଲି ଥିବା କଥା CBT ସଂଘର ମୂଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି କହିଛନ୍ତି।

୨୦୨୨ ମସିହା, ଅକ୍ଟୋବର ୧୫ ତାରିଖ ଦିନ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଅବସରରେ ଓଡିଶାରୁ ଚୁକ୍ତିଭିତ୍ତିକ ପ୍ରଥା ଉଛ୍ଛେଦ ହେବାର ଘୋଷଣା ପରେ ତହିଁପରଦିନ ଯଥା ୧୬.୧୦.୨୦୨୨ ରିଖ ଦିନ ସାଧାରଣ ବିଭାଗର ପତ୍ର ସଂଖ୍ୟା- ୨୯୦୭୬ ଅନୁସାରେ ସରକାରଙ୍କ ଅଧିନସ୍ଥ ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀମାନେ ରେଗୁଲାର୍ ହୋଇ ସବୁପ୍ରକାର ସରକାରୀ ସୁବିଧା ପାଉଥିଲା ବେଳେ ସେଥିରୁ ବାଦ୍ ପଡିଛନ୍ତି ୨୦୧୬ ରୁ ୨୦୨୨ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀ ମାନେ।

CBT ସଂଘର ଅନ୍ୟତମ ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ ମଲ୍ଲ ତଥା ଶୁଭ୍ରଜିତ ପ୍ରତିହାରୀ SOP ପ୍ରକାଶ ନିମନ୍ତେ ଅହେତୁକ ବିଳମ୍ବ ପ୍ରକ୍ରିୟାକୁ ନିନ୍ଦା କରିବା ସହିତ ରେଗୁଲାର ପ୍ରକ୍ରିୟାକୁ ଆଉ ବିଳମ୍ବ ନକରିବାକୁ ଦାବି ରଖିଛନ୍ତି! CBT ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ମଲ୍ଲିକ ପ୍ରକାଶ କରିଥିଲେ କି ପ୍ରକ୍ରିୟା ମୁତାବକ ରେଗୁଲାର୍ ପ୍ରକ୍ରିୟାର ବିଗତ 13.04.2023 ରିଖ ଦିନ ପତ୍ର ସଂଖ୍ୟା 8474 ମାଧ୍ୟମରେ ଏକ ବିଜ୍ଞପ୍ତି ପରିପ୍ରକାଶ ପାଇଥିଲେ ହେଁ ତାହା ଚୁଡାନ୍ତ ପ୍ରକ୍ରିୟା ନଥିଲା ବରଂ ତା’ ସହ ଏକ SOP ବାହାରିବାର ଖବର ଆମର ହସ୍ତଗତ ହୋଇଥିଲା କିନ୍ତୁ ଖୁବ୍ ବିଳମ୍ବ ହେବାରୁ ଗତ ୦୧.୦୫.୨୦୨୩ ରେ ଓସେପା ଅଭିଯୋଗ ପ୍ରକୋଷ୍ଠରେ ସଂଘ ଅଭିଯୋଗ ଜଣାଇଥିଲେ ମଧ୍ୟ କିଛି ଫଳାଫଳ ମିଳିପାରିନାହିଁ।

ଏମିତିକି ସମାନ୍ ଦାବି ନେଇ ବିଭିନ୍ନ ଜିଲ୍ଲାର ନେତୃତ୍ୱ ନିଜ ନିଜ ଜିଲ୍ଲାର ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇ ଦାବି ଜାଣିବା ସଙ୍ଗେ ସଙ୍ଗେ ନିଜ ସମସ୍ୟା ବାବଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। CBT ସଙ୍ଘର ମହାସଚିବ ଦେବାଶିଷ ଜେନା ପ୍ରକାଶ କରିଥିଲେ କି ଶିକ୍ଷକ ମାନଙ୍କ ନିୟମିତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ବିଳମ୍ବ ହେବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାନସିକ ଦୁଶ୍ଚିନ୍ତା ଭିତରକୁ ଟାଣିନେଇଛି।ଅନୁରୂପ ଭାବରେ CBT ସଙ୍ଘ ର ଆବାହକ ମନୋଜ କୁମାର ଜେନା ମତପ୍ରକାଶ କରି କହିଥିଲେ କି ୧୮ହଜାର ରୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦୁଖଃ ର ଦରିଆ ସନ୍ତରଣ କରୁଛନ୍ତି।

ବାସ୍ତବିକ୍ ବିଭାଗର ଅବହେଳା ପାଇଁ 5T ର ପ୍ରଥମ T ଏକ ପ୍ରଶ୍ନବାଚୀ ପଲଟିଛି ।ଶେଷରେ CBTସଂଘର ସମ୍ପାଦକ ଦେବରାଜ ସାହୁ ମତ ପ୍ରକାଶ କରି କହିଥିଲେ କି ଝାରସୁଗୁଡ଼ା ଉପ ନିର୍ବାଚନ ପରେ SOP ପ୍ରକାଶିତ ହେବାର ଥିଲା ମାତ୍ର ତାହା ମଧ୍ୟ ସ୍ଵପ୍ନମୟ ସମ୍ଭାବନାରେ ପରିଣତ ହୋଇଗଲା ଯେଉଁ କାରଣରୁ ପୁନଃ ଧାରଣାରେ ବସିବାକୁ ପଡିଲା, ସଂଘ ଦାବି ରଖିଛନ୍ତିକି ଦିନେ କି ଦୁଇ ଦିନ ମଧ୍ୟରେ SOP ପ୍ରକାଶିତ ହୋଇ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରେଗୁଲାର ଅର୍ଡର ନ ମିଳିଲେ କାର୍ଯ୍ୟଛାଡ଼ ଆନ୍ଦୋଳନ ସହ ୩୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ମହା ଆନ୍ଦୋଳନ ଜାରି ରହିବ। ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ନେତୃତ୍ବ ଏହାର ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.