ସମୁଦ୍ରରେ ବୁଡ଼ିଗଲେ ଅଗ୍ନିବୀର ପରୀକ୍ଷାର୍ଥୀ

0

ଓଡ଼ିଆ ନ୍ୟୁଜ୍: ସମୁଦ୍ରରେ ବୁଡ଼ି ଅଗ୍ନିବୀର ପରୀକ୍ଷାର୍ଥୀ ନିଖୋଜ।ଗୋପାଳପୁର ଥାନା ଧବଳେଶ୍ବର ମନ୍ଦିର ନିକଟ ସମୁଦ୍ରରେ ବୁଡ଼ି ନିଖୋଜ।ନିଖୋଜ ଯୁବକ ବିହାରର, ଅଗ୍ନିବୀର ପରୀକ୍ଷା ଦେବାକୁ ଆସିଥିଲେ।ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପରୀକ୍ଷା ଦେବାକୁ ଆସିଥିଲେ।ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଖୋଜାଖୋଜି ଜାରି।

ଗୋପାଳପୁର ନିକଟ ଧବଳେଶ୍ୱର ସମୁଦ୍ରରେ ଗାଧାଉଥିବା ବେଳେ ଅଘଟଣ । ସମୁଦ୍ର ପାଣିରେ ଭାସିଯାଇ ଜଣେ ଯୁବକ ନିଖୋଜ । ୩ ଜଣ ସାଙ୍ଗ ଗାଧାଉଥିବା ବେଳେ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ବାହାର ରାଜ୍ୟର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.