ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନି ଗୁଣା ବଢ଼ିଛି, କୃଷି ମନ୍ତ୍ରୀ କହିଲେ ରାଜ୍ୟ ପାଇଁ ଖୁସି ଖବର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନି ଗୁଣା ବଢ଼ିଛି।୨୦୦୦ ମସିହାରେ ୮.୭୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୧ ରେ ୨୩.୭୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି।ସେହିପରି ଏହି ସମୟ ମଧ୍ୟରେ ମାଛ ଉତ୍ପାଦନ ୬ ଗୁଣା ବୃଦ୍ଧି ପାଇ ୩୮.୩୮ ହଜାର ମେଟ୍ରିକ ଟନରୁ ୨୧୩.୦୯ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି।ଅଣ୍ଡା ଉତ୍ପାଦନ ତିନି ଗୁଣା ବୃଦ୍ଧି ପାଇ ୭୩୦୧ ଲକ୍ଷ ଅଣ୍ଡା ରୁ ୨୪୨୪୨.୬୭ ଲକ୍ଷ ଅଣ୍ଡାକୁ ବୃଦ୍ଧି ପାଇଛି।

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସରରେ ଯୋଗ ଦେଇ ଏହି ତଥ୍ୟ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଆଜି କୃଷି ଭବନରେ ରାଜ୍ୟ ସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ମନ୍ତ୍ରୀ କହିଛନ୍ତି ପ୍ରାଣୀ ପାଳନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଓ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ ,ଉଦ୍ୟୋଗୀ ଓ ପ୍ରାଣୀ ପାଳକଙ୍କୁ ପରାମର୍ଶ ସେବା ଯୋଗାଇ ଦିଆଯାଉଛି। ଆଗକୁ ଅଧିକ ଭେଟେନାରୀ ଅଫିସର ନିଯୁକ୍ତି ନେଇ ମଧ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।କୃଷି କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହ ବିଭିନ୍ନ ଚାଷ ପାଇଁ ସରକାର ସବସିଡି ଯୋଗାଇ ଦେଉଛନ୍ତି। ଚାଷ ପ୍ରତି ଯୁବକଙ୍କ ଆଗ୍ରହ ବଢୁଥିବା ବେଳେ କିପରି ଅଧିକ ସୁବିଧା ଯୋଗାଇ ଦିଆଯିବ ସେ ନେଇ ସରକାର ଚେଷ୍ଟିତ ଥିବା କହିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.