କେବିନ କ୍ରୁ ମେମ୍ବରଙ୍କୁ ଚାକିରିରୁ ବିଦା କଲା ଏୟାର ଇଣ୍ଡିଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି।ଛୁଟିରେ ଥିବା କ୍ରୁ ମେମ୍ବରଙ୍କୁ ଚାକିରିରୁ ବିଦା କଲା କମ୍ପାନୀ । 25 ଜଣ କ୍ରୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି ।

ଏୟାରଲାଇନ୍ସ ସୂତ୍ରରୁ ଜଣାପଡିଛି ଯେ, ଯେଉଁମାନଙ୍କୁ ଚାକିରିରୁ ବିଦା କରାଯାଇଛି ସେମାନେ ଡ୍ୟୁଟିକୁ ଆସିନଥିଲେ ଏବଂ ସେମାନଙ୍କର ବ୍ୟବହାର ମଧ୍ୟ ଠିକ ନଥିଲା । ବିମାନ ସେବା ପକ୍ଷରୁ ଇମେଲ ବିବୃତିରେ କୁହାଯାଇଛି କି କୌଣସି ଯଥାର୍ଥ କାରଣ ନଥାଇ ଏପରି ଅଚାନକ ସମୂହ ଛୁଟିରେ ଯିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ନିୟମକୁ ଉଲ୍ଲଂଘନ କରିଛି। ଉଡ଼ାଣ ପାଇଁ କ୍ରୁମାନଙ୍କ ନାମ ତାଲିକାଭୁକ୍ତ ହୋଇ ସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ଏପରି ଗଣ ଛୁଟିରେ ଯିବା କାରଣରୁ କମ୍ପାନି ଏପରି ପଦକ୍ଷେପ ନେଇଛି। ‘‘ଆପଣ ଆଉ କର୍ମଚାରୀ ଭବେ ବିବେଚିତ ହେବେ ନାହିଁ।

ଅଫିସିଆଲ୍‌ ମେଲ୍‌, ସର୍ଭର ଏବଂ ଅନ୍ୟାନ୍ୟ ଯୋଗାଯୋଗକୁ ଆଉ ଆପଣ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ’’ ବୋଲି ମେଲ୍‌ରେ କର୍ମଚାରୀମାନଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ବିମାନ ବିଳମ୍ବ ଏବଂ ବାତିଲ ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ବିମାନ ସେବା ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଶୀଘ୍ର ପଦକ୍ଷେପ ନେବାକୁ କହିଛି। ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବିମାନଗୁଡ଼ିକ ବାତିଲ ହୋଇଥିଲା। ଯାତ୍ରୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନ ଥିବାରୁ କିଛି ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.