ରାମଚନ୍ଦ୍ରପୁରରେ ସର୍ବଭାରତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାମଚନ୍ଦ୍ରପୁରରେ ସର୍ବଭାରତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ | ଘସିପୁରା ବ୍ଲକ ରାମଚନ୍ଦ୍ରପୁର ବାବା ରାମେଶ୍ବର ଯୁବକ ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି ।

ମୂଖ୍ଯ ଅତିଥି ଭାବେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦାନ କରି ବଲିବଲ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର , ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ,ପାଟଣା ବିଧାୟକ ଜଗନ୍ନାଥ ନାଏକ,ବ୍ଲକ ଅଧ୍ଯକ୍ଷା ସୁଜାତା ସାହୁ ସମେତ ଅନେକ ମାନ୍ୟଗଣ୍ୟ ବ୍ଯକ୍ତି ଯୋଗଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ମୋଟ ୬ ଟି ଦଳକୁ ନେଇ ରାଉଣ୍ତ ଲିଗ ପର୍ଯ୍ଯାୟରେ ଖେଳ ଶୁଭାରମ୍ଭ ହୋଇଛି । ।

ତିନି ଦିନ ଧରି ଆୟୋଜିତ ଏହି ସର୍ବଭାରତୀୟ ସ୍ତରୀୟ ଦିବା ରାତ୍ର ଭଲିବଲ ମ୍ଯାଚ ଆୟୋଜନରେ ରାମେଶ୍ବର ଆଞ୍ଚଳିକ ଯୁବକ ସଂଘର ସଭାପତି ପ୍ରଦିପ କୁମାର ସାହୁ,,ମନ୍ମଥକୁମାର ସାହୁ,ରବିନ୍ଦ୍ର ସ୍ବାଇଁ,କଳ୍ପତରୁ ନାଥ,ସୁଶାନ୍ତ ବିଶ୍ବାଳ,ଅମିତ ରାଉତ,ହେମନ୍ତ ଜେନା,ଜୟକୃଷ୍ଣ ବଳ,ଅକ୍ଷୟକୁମାର ସାହୁ,ବିଭାସ ନାୟକ,ପ୍ରଭାତକୁମାର ବରାଳ ,ଭାରତଭୂଷଣ ନାୟକ ସମେତ କ୍ଲବର ସମସ୍ତ ସଦସ୍ଯ ପରିଚାଳନାରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.