ବାତ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ, ତଥାପି ସଜାଗ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଖରାଦିନିଆ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ବାତ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ଆଗୁଆ ପଦକ୍ଷେପ ସ୍ୱରୂପ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ବର୍ତ୍ତମାନ କୌଣସି ବି ପ୍ୟାନିକ ସିଚୁଏସନ ନାହିଁ । ସବୁ ପ୍ରକାର ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ ବି ନିର୍ଦେଶ । ମୁଖ୍ୟମନ୍ତ୍ରୀ ଆଜି ସମସ୍ତ ବିଭାଗ ସହ ଆଲୋଚନା ଆଲୋଚନା କରି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବିଭାଗ ନିଜ ନିଜ ଭିତରେ ସମନ୍ୱୟ ରଖି କାମ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

୧୮ ଜିଲ୍ଲା ଜିଲ୍ଲା ପାଳ ଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଠୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛୁ । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ । ଆବଶ୍ୟକତା ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳ ମାନଙ୍କୁ ନିଷ୍ପତ୍ତି ନେବା ପାଇଁ କୁହାଯାଇଛି । ଗାଁ ସ୍ତରରେ ଇଭାକ୍ୟୁସେନ ପ୍ଲାନ କରାଯିବ । ୧୧ ଟି ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । କୌଣସି ଲୋକ ଭୟବିତ ହୁଅନ୍ତୁ ନାହିଁ କିନ୍ତୁ ସତର୍କ ରହୁନ୍ତୁ ବୋଲି କହିଲେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ।

Leave A Reply

Your email address will not be published.