ଓଡିଶାରେ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା,ରାଜ୍ୟ କାର୍ଯ୍ୟାଳୟରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ଶ୍ରୀ ଶାହା ଆଜି ସକାଳେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଦର୍ଶନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ବାସଭନରେ ଜଳପାନ କରିଥିଲେ । ଏହା ପରେ ଶ୍ରୀ ଶାହା କଟକ ଗସ୍ତ କରି ନେତାଜୀ ସୁବାଷ ବୋଷଙ୍କ ଜନ୍ମସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ଶ୍ରୀ ଶାହା ରାଜ୍ୟ କାର୍ଯ୍ୟାଳୟଠାରେ ପହଂଚିବା ସମୟରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ଅନେକ ନେତୃବୃନ୍ଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ । ଏହା ପରେ ଅନୁଷ୍ଠିତ “ହର୍ ଘର୍ ତ୍ରିରଙ୍ଗା ଅଭିଯାନ”ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତ ବିଧାୟକଗଣ ଶ୍ରୀ ଶାହାଙ୍କୁ ଫୁଲହାର ଦେଇ ସ୍ୱାଗତ ଜଣାଇଥିଲେ । “ହର୍ ଘର୍ ତ୍ରିରଙ୍ଗା ଅଭିଯାନ”ର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଲାଂଜିଆ ସଉରା ଜନଜାତି ସଂପ୍ରଦାୟର ବିରଭଦ୍ର ଦଳବେହେରା ଓ ଲକ୍ଷ୍ମୀ ଶବର; ଡଙ୍ଗରିଆ କନ୍ଧ ଜନଜାତି ସଂପ୍ରଦାୟର ଗମ୍ବେରା ଓ୍‌ôାଡକା ଓ ତେଲ ଓ୍‌ôାଡକା; ଗଣ୍ଡ ଜନଜାତି ସଂପ୍ରଦାୟର ମାଶୁ ଗଣ୍ଡ ଓ ବାସନ୍ତି ଗଣ୍ଡ; ଦୁରୁଆ କନ୍ଧ ସଂପ୍ରଦାୟର ଜଗନ୍ନାଥ ଦୁରୁଆ ଓ କାବେରୀ ଦୁରୁଆ; ଅନୁସୁଚିତ ଜାତି ବର୍ଗର ଗଜେନ୍ଦ୍ର ସାମଲ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀଙ୍କୁ ଜାତୀୟ ପତାକା ସହିତ ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।

ଏଥି ସହ ଓଡିଶାର ଗର୍ବ ତଥା ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି ହୋଇଥିବା ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ରାଜ୍ୟର ୧ କୋଟି ଘରେ ପହଂଚାଇବାକୁ ଶ୍ରୀ ଶାହା ବିଜେପି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏହା ପରେ ଶ୍ରୀ ଶାହା ରାଜ୍ୟ ବିଜେପିର ବରିଷ୍ଠ ଓ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା “ମୋଦି ଅ ୨୦” ପୁସ୍ତକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ଶାହା ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ।

Leave A Reply

Your email address will not be published.