ରେକର୍ଡ ଭାଙ୍ଗିଲେ ଅମିତ ଶାହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମଗ୍ର ଦେଶରେ ଚାଲିଛି ଭୋଟ୍ ଗଣତି। ଆଉ କିଛି ସମୟ ପରେ ଆସିଯିବ ଫଳାଫଳ। ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ, ବିଭିନ୍ନ ଦଳର ପ୍ରାର୍ଥୀ ଟ୍ରେଣ୍ଡରେ ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏକ ବିରାଟ ମାର୍ଜିନରେ ଆଗରେ ଅଛନ୍ତି। ସୂଚନା ଅନୁସାରେ, ଗୁଜରାଟର ଗାନ୍ଧିନଗରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶାହ ୨ ଲକ୍ଷ ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି। ସେପଟେ ପୋରବନ୍ଦର ଆସନରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ ମଧ୍ୟ ଆଗେଇ ଚାଲିଛନ୍ତି।

ରାଜ୍ୟରେ ବିଜେପି ୨୪ଟି ଆସନରେ ଆଗରେ ଥିବାବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି। ଗୁଜରାଟରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟକେ ବିଜେପି, କଂଗ୍ରେସ-ଆପ୍(ସହଯୋଗୀ ଦଳ), ଏସପି, ବିଏସପି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମଧ୍ୟରେ ଟକ୍କର ହେଉଛି। ଯଦି ପ୍ରାର୍ଥୀଙ୍କ କଥା ଦେଖିବା ତେବେ ଗୁଜରାଟରୁ ବହୁ ହେଭି ୱେଟ୍ ନେତା ରହିଛନ୍ତି। ବିଶିଷ୍ଟ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଛନ୍ତି।

ତାଙ୍କ ବିପକ୍ଷରେ କଂଗ୍ରେସର ସୋନାଲ ପଟେଲ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେପଟେ ପୋରବନ୍ଦର ନିର୍ବାଚନମଣ୍ଡଳୀରେ କଂଗ୍ରେସର ଲଲିତଭାଇ ବସୋୟାଙ୍କ ବିରୋଧରେ ବିଜେପିର ମନସୁଖ ମାଣ୍ଡଭିଅ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜକୋଟରେ ବିଜେପିର ପାର୍ଶୋତ୍ତମ ରୁପାଲା ଓ କଂଗ୍ରେସର ପରେଶ ଧନାନୀ ମୁହାଁମୁହିଁ ହୋଇଛନ୍ତି।

Leave A Reply

Your email address will not be published.