ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଏବଂ ଜୟପୁର ଭୋଟ ଗଣତିରେ ନିୟୋଜିତ ହେବେ ୭୫୦ କର୍ମଚାରୀ। ସନ୍ଧ୍ୟା ୫ ଟା ସୁଦ୍ଧା ଭୋଟ ଗଣତି ସାରିବାକୁ ପ୍ରଶାସନର ଯୋଜନା। ଜିଲ୍ଲାପାଳ ଙ୍କ ସୁଚନା। କୋରାପୁଟ ଡିଏଭି କଲେଜ ଓ ଜୟପୁର ଭିଡି ବିଶ୍ବବିଦ୍ୟାଳୟ ଠାରେ ମଙ୍ଗଳବାର ସଧାରଣ ନିର୍ବାଚନର ଭୋଟ ଗଣତି ହେବ।
ଏହି ଗଣତି ପ୍ରକ୍ରିୟାରେ ୭୫୦ ଜଣ ତାଲିମ ପ୍ରାପ୍ତ ସରକାରୀ କର୍ମଚାରୀ ନିୟୋଜିତ ରହିବେ। ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନ ତାଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ କୋରାପୁଟ ଠାରେ କୋରାପୁଟ, ପଟାଙ୍ଗି, ଲକ୍ଷ୍ମୀପୁର ଏବଂ ଜୟପୁର ଠାରେ ଜୟପୁର ଓ କୋଟପାଡ଼ ଆସନର ଭୋଟ ଗଣତି ହେବ।
କୋରାପୁଟ ଠାରେ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୧୨ ଟି ଲେଖାଏଁ ଏବଂ ଜୟପୁର ଠାରେ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୧୦ ଟି ଲେଖାଁଏ ଟେବୁଲରେ ଗଣତି ହେବ।।ସନ୍ଧ୍ୟା ୫ ଟା ସୁଦ୍ଧା ଭୋଟ ଗଣତି ସାରିବା ନେଇ ଯୋଜନା ରଖାଯାଇଛି। ସେହିପରି ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ବିଏସଏଫ, ଦ୍ଵିତୀୟରେ ଆର୍ମ୍ ପୁଲିସ ଫୋର୍ସ ଓ ତୃତୀୟ ପର୍ଯ୍ୟାୟରେ ଜିଲ୍ଲା ପୁଲିସ୍ ନିୟୋଜିତ ରହିବେ ବୋଲି ସେ କହିଛନ୍ତି।