ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ବାମୀ ବିବେକାନନ୍ଦ ଆବାସିକ ଶିକ୍ଷାନୁଷ୍ଠାନର କୃତ୍ତି ପ୍ରତିଭାଙ୍କୁ ସମ୍ବର୍ଦ୍ଧନା । ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ପତରlଜପୁର ସ୍ଥିତ ସ୍ବାମୀବିବେକାନନ୍ଦ ଆବାସିକ ଶିକ୍ଷାନୁଷ୍ଠାନ ପକ୍ଷରୁ କୃତ୍ତି ପ୍ରତିଭା ମାନଙ୍କର ଏକ ସମ୍ବର୍ଦ୍ଧନା ସଭା ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀନିବାସ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଶିକ୍ଷାନୁଷ୍ଠାନ ପରିସର ରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରାଧ୍ୟାପକ ସାହିତ୍ୟିକ ଯଚିନ୍ଦ୍ର କୁମାର ରାଉତ, ଅଧ୍ୟାପକ ଅଜୟ କୁମାର ସାହୁ, ଅଧ୍ୟାପକ ଶ୍ରୀପଦ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଜୀବନ ର ଲକ୍ଷ, ଏକାଗ୍ରତା ରଖି ଅଧ୍ୟବସାୟ ଓ ସାଧନା ରେ ରହି ପାରିଲେ ଉଚ୍ଚ ସୋପାନ ରେ ପହଞ୍ଚି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଚିନ୍ମୟ ଓଝା, ଅଧ୍ୟାପିକା ସ୍ବପ୍ନ| ସ୍ୱାଗତିକା ଜେନା, ସୁପ୍ରିୟା ଶତପଥୀ, ମଧୁସ୍ମିତା ସାହୁ ପ୍ରମୁଖ ଯୋଗଦେଇ ଥିଲେ।
ଏହି କାର୍ଯ୍ୟକ୍ରମ ରେ ୧୨ ଜଣ କୃତ୍ତି ପ୍ରତିଭା ବର୍ଷା ପ୍ରିୟଦର୍ଶିନୀ ଦାସ, ଅର୍ପିତା ବେହେରା,ରୁଦ୍ର ନାରାୟଣ ଦାସ, ଅର୍ଜୁନ କୁମାର ସାହୁ , ଅଭିମନ୍ୟୁ ସାହୁ, ବିଷ୍ଣୁ ପ୍ରସାଦ କର, ସୁଭସ୍ମିତl ଘଡେ଼ଇ, ସୁମନ୍ତ ସାନ୍ତି,ବିଭlସିଧୁ ସାହୁ, ହର୍ସିତା ବେହେରା, ପଙ୍କଜ କୁମାର ସାହୁ, ଦିବ୍ୟ ରଞ୍ଜନ ଜେନା ପ୍ରମୁଖ କୃତ୍ତି ପ୍ରତିଭା ଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷ ରୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ସ୍ଵାଗତ ଅଭିଭାଷଣ ଓ ସୂଚନା ପ୍ରଦାନ କରିଥିଲେ ଦେବାଶିଷ ଓଝା । ଏହି କାର୍ଯ୍ୟକ୍ରମ ରେ ଶିକ୍ଷାନୁଷ୍ଠନ ର କର୍ମ କର୍ତ୍ତା ଭାବେ ସ୍ନେହଲତା ଦାସ, ମମତା ସାହୁ, ସିତନ୍ ଦାସ୍, ଯଶୋଦା ପାଢ଼ୀ, ମନିଷା ରାଣୀ ଖୁଣ୍ଟିଆ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭ ରେ ସ୍ଵାଗତ ସଙ୍ଗୀତ ରେ ଶିକ୍ଷାନୁଷ୍ଠାନ ର ଛାତ୍ରୀ ମାନେ ପରିବେଷଣ କରିଥିଲେ।