ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନର୍ସିଂ କର୍ମଚାରୀ ସଂଘକୁ ସନ୍ତୁଷ୍ଟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ।
ଆଜି ରାଜ୍ୟ ସରକାର ନର୍ସିଂ କର୍ମଚାରୀମାନଙ୍କ ଦାବି ପୂରଣ ଓ ସମାଧାନ ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ସରକାର ଆଜି ଆଲୋଚନା କରିଛନ୍ତି । ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଉଠାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହାସହିତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ନର୍ସିଂ ଅଫିସରମାନଙ୍କୁ ଆନ୍ଦୋଳନରୁ ଓହରି ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାର ପରାମର୍ଶ ଦେଇଥିବା ଜଣାପଡ଼ିଛି । ଏହା ସହ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳନ ପଥରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ପରାମର୍ଶ ଦେଇଥିବା ସୂଚନା ରହିଛି ।