ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା । ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା କୋଠା । ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଘଟଣା ଘଟିଛି। ଏକ ନିର୍ମାଣାଧୀନ ୫ ମହଲା ଘର ଭୁଶୁଡ଼ି ପଡ଼ି  ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। କୋଠା ତଳେ ଚାପି ହୋଇଥିବା ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାବାଦ ଆହୁରି ବହୁ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଇଛି।

ଏହି ସଂଖ୍ୟା ବଢ଼ିବା ଆଶଙ୍କା କରାଯାଇଛି। ମୃତାହତମାନେ ଶ୍ରମିକ ହୋଇଥିବା ଜଣାପଡ଼ିଛି | ଅନେକ ଲୋକ ଏବେବି ଭଙ୍ଗା କୋଠା ତଳେ ଚାପି ହୋଇ ରହିଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ସିଟି ମେୟର ଫିରହାଦ୍ ହାକିମ । ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପହଞ୍ଚିଛନ୍ତି | ତେବେ ଏହା ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ରେସ୍କ୍ୟୁ ରେ ବେଶ୍ ଅସୁବିଧା ଉପୁଜିଛି । ଘଟଣାରେ ତଦନ୍ତ ଆରମ୍ଭ ହୋଇଛି, କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ଅଘଟଣ ହେଲା ସେ ନେଇ ଖୋଳତାଡ଼ କରୁଛି । ସେପଟେ କୋଲକାତା ବିଲଡିଂ ଭୁଶୁଡ଼ିବା ଘଟଣାସ୍ଥଳକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କୋଲକତା ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଗାର୍ଡେନ ରିଚ୍‌ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଗତ ରାତିରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ବିଲ୍ଡିଂ ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଭଗ୍ନାଂଶ ତଳୁ ଦୁଇ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Leave A Reply

Your email address will not be published.