ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ବିବାହରେ ଯୋଗ ଦେଇ ଫେରୁଥିବା ବେଳେ ବରଯାତ୍ରୀ ଗାଡି ସହ ମୁହାଁମୁହିଁ ଧକ୍କା ହେଲା ଟ୍ରାକ୍ଟର । ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ ତିନି ପିଲା ଥିବା ଜଣାପଡ଼ିଛି । ସାତ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ସୂଚନା ମୁତାବକ, NH 31 ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କାରରେ ଥିବା ଯାତ୍ରୀମାନେ ବିବାହ ଉତ୍ସବରୁ ଫେରୁଥିଲେ । ନିକଟସ୍ଥ ଥାନାରୁ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ସମସ୍ତ ଗୁରୁତର ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ମିଳିଥିବା ରିପୋର୍ଟ ଅନୁସାରେ, ବରଯାତ୍ରୀମାନେ ଚୌଥମ ପ୍ରଖଣ୍ତ ଅଞ୍ଚଳରେ ହେଉଥିବା ଏକ ବିବାହ ଉତ୍ସବରୁ ଫେରୁଥିଲେ । ଏହି ସମୟରେ ଟ୍ରାକ୍ଟରଟି ଧକ୍କା ଦେଇଥିଲା । ପସରାହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଥିଲା ପୋଲିସ । ମୃତକଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.