ଭୁବନେଶ୍ୱରରେ ମିଶ୍ରଣ, ପାରାଦୀପରେ ହଲଚଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପାରାଦ୍ଵୀପ ବିଜେଡି ଟିକେଟ ରେସରେ ଆଉ ଜଣଙ୍କ ଏଣ୍ଟ୍ରି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ପୂର୍ବରୁ ବିଧାୟକ ସମ୍ବିତ ରାଉତରାୟ, ନଚେତ୍ ତାଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ସମ୍ବିତଙ୍କ ଭଉଣୀ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା ।

ହେଲେ ମୋନିଦୀପାଙ୍କୁ ଶଙ୍ଖ ଧରାଇ, ଏଥର ନିର୍ବାଚନରେ ଦାମୋଦର ରାଉତଙ୍କ ପରିବାର ହାତରୁ ୫ ଦଶନ୍ଧି ପୁରୁଣା କ୍ଷମତାକୁ ଛଡ଼ାଇ ନେବାକୁ, ଅସନ୍ତୁଷ୍ଟ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ରବିବାର ଶଙ୍ଖ ଭବନରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶହ ଶହ ସମର୍ଥକଙ୍କ ସହ ସେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ବିଜେଡିରେ ମିଶିବା ପରେ ସେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଶ୍ରମିକ ନେତା ବାପି କଂଗ୍ରେସ ଦଳରୁ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୫୦ହଜାରରୁ ଅଧିକ ଭୋଟ ପାଇଥିବା ବାପି ନିର୍ବାଚନରେ ପରାଜିତ ହେବାପରେ କଂଗ୍ରେସଠାରୁ ଦୂରେଇ ଯାଇଥିଲେ। ବିଗତ ପୌର ନିର୍ବାଚନରେ ସେ ‘ଆମ ପାରାଦ୍ୱୀପ ଆମ ପ୍ରଗତି ‘ ନାମରେ ନୂଆ ସଙ୍ଗଠନ ଗଠନ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଏହି ସଙ୍ଗଠନ ବିଜେଡି ଓ ବିଜେପିକୁ ପଛରେ ପକାଇ ୧୯ଟି ପାରିଷଦ ଆସନ ମଧ୍ୟରୁ ୯ଟି ଆସନ ହାତେଇଥିଲା। ଏମିତିକି ତାଙ୍କ ସଙ୍ଗଠନ ପୌର ଉପାଧ୍ୟକ୍ଷ ପଦ ମଧ୍ୟ ପାଇଥିଲା। ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ତାଙ୍କ ପତ୍ନୀ ଦୀପା ସର୍ଖେଲ ଗୋଡ଼ କାଢିଛନ୍ତି।

Leave A Reply

Your email address will not be published.