ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଏହି ନିର୍ବାଚନ କୁ ସୁରୁଖୁରୁ ରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ର ପୂର୍ବ ପ୍ରସ୍ତୁତି କୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ସ୍ଥିର କରାଯାଇଅଛି ।

ଏହି ପରିପ୍ରେକ୍ଷୀରେ ଓଡିଶାରେ 4 ଗୋଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ l ପ୍ରଥମ ପର୍ଯ୍ୟାୟ ରେ କୋରାପୁଟ ଜ଼ିଲ୍ଲାରେ 5 ଗୋଟି ନିର୍ବାଚନ ମଣ୍ଡଳୀ ରେ ଭୋଟ ମତଦାନ କରାଯିବ l ଜୟପୁର ନିର୍ବାଚନ ମଣ୍ଡଳୀ ରେ ସକାଳ 7 ଘଟିକା ରୁ ସାନ୍ଧ୍ୟ 6 ଘଟିକା ଓ ଆଉ 4 ଗୋଟି ନିର୍ବାଚନ ମଣ୍ଡଳୀ ରେ ସକାଳ 7 ଟାରୁ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ଭୋଟ ମତଦାନ କରାଯିବ l କୋରାପୁଟ ଜ଼ିଲ୍ଲାରେ 1158 ବୁଥ ରେ ଭୋଟ ମତଦାନ କରାଯିବ l ଜ଼ିଲ୍ଲାରେ 9,69,091 ଭୋଟର ରହିଥିବା ବେଳେ 50,0405 ମହିଳା ଭୋଟର ରହିଛନ୍ତି l 85 ରୁ ଉର୍ଦ୍ଧ ବୟସ୍କ ଓ ଦିବ୍ୟାଙ୍ଗ ମାନଙ୍କ ନିମ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l

ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କ ରେ ପୋଲିସ ତରଫରୁ ନାକା ବନ୍ଦି କରାଯିବା ସହିତ ସମସ୍ତ ଗାଡି କୁ ଯାଞ୍ଜ କରାଯିବ l ନିର୍ବାଚନ ସମୟରେ ଯେଉଁ ମାନେ ଆଚାର ବିଧି ଉଲଂଘନ କରିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଅଭିନବ ସୋନକର କହିଛନ୍ତି l ପଟ୍ଟାଙ୍ଗି ବ୍ଲକ କୋଟିଆ ରେ ଓଡ଼ିଶା ଆନ୍ଦ୍ର ଭିତରେ ତିକ୍ତତା ଲାଗି ରହିଛି l ବିବାଦୀୟ କୋଟିଆ ପୁଞ୍ଜ କୁ କୋରାପୁଟ ଜ଼ିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ସୁରୁଖୁର ସହିତ ନିର୍ବାଚନ ପ୍ରକ୍ରିୟା ସରିବା ପାଈଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହେଇଛି।

Leave A Reply

Your email address will not be published.