୨ ଚୋରଙ୍କୁ ଗିରଫ କଲା ବାରିପଦା ସଦର ଥାନା ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ପୋଲିସ ଆଜି ବାରିପଦା ସଦର ଥାନା ଅନ୍ତର୍ଗତ ଶିରୀଶବଣି ଅଂଚଳରୁ ବିଗତ ମାସରେ ହୋଇଥିବା ଦୁଇ ଗୋଟି ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତଙ୍କ ନାମ ହେଲା ଶବର ସାହିର ରୋହିତ ପଲେଇ ଏବଂ ଶେଖ ଆବିଦୁଲ୍ଳା।

ସୂଚନା ଥାଉକି ଏହି ଦୁଇ ମୁଖ୍ୟ ଅଭିଯୁକ୍ତ ମାନଙ୍କ ସହିତ ୫ ଜଣ ନାବାଳକ ମଧ୍ୟ ଧରାପଡ଼ିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏହି ଦୁଇ ଜଣ ଦୁର୍ବୁତ୍ତ ଗତ ଜାନୁଆରୀ ମାସରେ ଏବଂ ଚଳିତ ମାର୍ଚ୍ଚ ୧୨ ତାରିଖରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ ରୁ ଏହି ଚୋରି ହୋଇଥିଲା। ବିଶେଷ ସୂତ୍ରରୁ ପ୍ରକାଶଯେ ଏହି ଦୁର୍ବୁତ୍ତ ମାନଙ୍କୁ ସେହି ବିଦ୍ୟାଳୟର ୫ ଜଣ ୧୦ମ ଶ୍ରେଣୀ ଛାତ୍ର ଏହି ଚୋରିରେ ସାହାଯ୍ୟ କରିଥିଲେ ।

ଗତକାଲି ପୋଲିସ ଏହି ଦୁଇ ଜଣଙ୍କୁ କେଶ ନମ୍ବର ୩୦/୨୪ ରେ ମାମଲା ରୁଜ୍ଜୁ କରି ଆଇପିସି ଧାରା ୪୫୭ ଏବଂ ୩୮୦ ଆଧାରରେ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୬୦,୦୦୦ ଟଙ୍କା ସମେତ ୨ଟି ଏଲଇଡି ଟିଭି, ୨ଟି ସିଡି, ୫ଟା ହାର୍ଡ ଡିସ୍କ , ୨ଟା,ଲାପଟପ୍ , ୧ ବାଇକ୍ ଜବତ କରିଛି। ଦୁଇଜଣ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କର ଯାଇଛି। ଏହି କେଶ ବିଷୟରେ ଅଧିକରୁ ଅଧିକ ଅନୁସଂଧାନ କରାଯିବ ବୋଲି ଭାରପ୍ରାପ୍ତ ଥାନାଧୀକାରିଣୀ ଶ୍ରୀମତୀ ମଧୁସ୍ମିତା ମହାନ୍ତିଙ୍କ ଠାରୁ ପ୍ରକାଶ।

Leave A Reply

Your email address will not be published.