ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘର କାଉଣ୍ଟଡାଉନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘର କାଉଣ୍ଟଡାଉନ ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ଅନନ୍ତଙ୍କ ବିବାହ ଆସନ୍ତା ଜୁଲାଇରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ହେବ। ବିବାହକୁ ଆଉ କିଛି ମାସ ବାକି ଥିବା ବେଳେ ଅନନ୍ତ ଅମ୍ବାନି ଓ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ ଆରମ୍ଭ ‌ହୋଇଯାଇଛି।

ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନିଆ ପ୍ରି ୱେଡିଂ ସେଲିବ୍ରେସନ ହୋଇଥବା ବେଳେ ବିଶ୍ବର ଅନେକ ଧନୀକ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ପ୍ରାୟ ୧୨୦୦ଜଣ ଅତିଥି ପ୍ରି ୱେଡିଂ ସେଲିବ୍ରେସନରେ ଯୋଗ ଦେଇଥିବା ବେଳେ ସେମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମୁକେଶ ଅମ୍ବାନୀ। ସେହିପରି ଜୁଲାଇ ୬ରୁ ୧୨ ମଧ୍ୟରେ ମୁମ୍ବାଇରେ ମଧ୍ୟ ବାହାଘର ପାର୍ଟିର ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।

ବାହାଘର ପୂର୍ବରୁ ଗୁଜରାଟର ଜାମନଗରରେ ପ୍ରି ୱେଡିଂ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ତେଣୁ ବାହାଘର କାର୍ଯ୍ୟକ୍ରମ ଏହା ଠାରୁ ଆହୁରି ବଡ଼ ଓ ସ୍ୱତନ୍ତ୍ର ହେବ ବୋଲି ସମସ୍ତେ ଆଶା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବାହାଘର ବେଳେ ପ୍ରାଇଭେସିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। କେହି ବି ଫୋନ ବ୍ୟବହାର କରିପାରିବେ ନାହିଁ। ବାହାଘର କାର୍ଯ୍ୟକ୍ରମ ପୂର୍ବରୁ ଅମ୍ବାନୀ ପରିବାର ପକ୍ଷରୁ ଲଣ୍ଡନରେ କ୍ରୁଜ ପାର୍ଟି ଆରମ୍ଭ ହୋଇଛି।

Leave A Reply

Your email address will not be published.