ପୁଣି ମହାପୁରୁଷଙ୍କୁ ଅପମାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ମହାପୁରୁଷଙ୍କୁ ଅପମାନ ।  ଭଦ୍ରକ ଜିଲ୍ଲା ଧାମନଗର ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପାଚେରୀରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ଭୁଲ ଲେଖାଯାଇଥିଲା। ବିଦ୍ୟାଳୟର ପାଚେରୀରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାଁକୁ ହରେକୃଷ୍ଣ ମହାନ୍ତି ବୋଲି ଲେଖାଯାଇଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି। ଗତକାଲି ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା। ପ୍ରଶାସନ ପକ୍ଷରୁ କରାଯାଇଥିବା ଏଭଳି ତ୍ରୁଟିକୁ ସଜାଡ଼ି ଥିଲା ସ୍ଥାନୀୟ ବିଜେପି । ମହାନ୍ତିକୁ ଲିଭାଇ ମହତାବ କରାଯାଇଥିଲା । ସେହିପରି ଭଦ୍ରକ ବନ୍ତ ଛକ ରାସ୍ତାକଡ଼ ପାଚେରିରେ ସୌନ୍ଦର୍ଯ୍ୟକରଣ ପାଇଁ ମହାପୁରୁଷ ମାନଙ୍କ ଚିତ୍ର ସ୍ଥାନୀତ କରାଯାଇଛି ।

ତେବେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ନାଁକୁ ଏଠାରେ ଭୁଲ ଭାବେ ବାଞ୍ଛାନିଧି ଦାସ ବୋଲି ଲେଖାଯାଇଥିଲା । ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ କବିଙ୍କ ନାଁକୁ ଲିଭାଇ ଦିଆଯାଇଛି । ଏ ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ତୁରନ୍ତ ଏନେଇ ପଦକ୍ଷେପ ନିଆଯାଇ ସଂଶୋଧନ କରାଯିବ ।

ସେପଟେ ଗତ ୩ ତାରିଖରେ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ । ଏହି ସମ୍ମିଳନୀର ଶୁଭାରମ୍ଭ ବେଳେ ‘ବନ୍ଦେ ଉତ୍କଳ ଜନନୀ ଗାନ’ ପୂର୍ବରୁ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ବୋଲି ଉଚ୍ଚାରଣ କରିଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

Leave A Reply

Your email address will not be published.