ରାଜ୍ୟରେ ବଢ଼ିଲା ତାତି; କମିଲା ଶୀତର ପ୍ରଭାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବଢ଼ିଲା ତାତି | ରାଜ୍ୟରେ କମିଛି ଶୀତର ପ୍ରଭାବ | ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିବା ବେଳେ ୫ ସହରରେ ତାପମାତ୍ରା ୩୪ ଟପିଛି । ସେପଟେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାକୁ କଲବଲ କରୁଛି କୁହୁଡ଼ି ।

ସୋମବାର ୧୫ ସ୍ଥାନରେ ରାତି ତାପମାତ୍ରା ୧୮ ଡିଗ୍ରୀ ଉପରେ ଅଛି । ରାତିରେ ଶୀତ ବଦଳରେ ଗରମ ହେଉଛି ।ପୁରୀରେ ରାତି ତାପପାତ୍ରା ସବୁଠୁ ଅଧିକ ୨୨.୫ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

ଭବାନୀପାଟଣାରେ ୩୪ ଦଶମିକ ୨ ଓ ମାଲକାନଗିରି ଓ ପାରଳାଖେମୁଣ୍ଡିରେ ପାରଦ ୩୪ ଡିଗ୍ରୀ ଛୁଇଁଛି । ବାଲେଶ୍ୱର, ପାରାଦୀପ, ଗୋପାଳପୁର, ପୁରୀ, କୋରାପୁଟ, ଦାରିଙ୍ଗବାଡ଼ି, ଛତ୍ରପୁର, ଦେବଗଡ଼, ରାଉରକେଲାକୁ ଛାଡି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା

ଅନ୍ୟପଟେ  ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।

ଗତକାଲି ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି ଦେଖାଦେଇଥିଲା । କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଲାଗି ରହିବା କାରଣରୁ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା । ୧୦୦ ମିଟର ଆଗକୁ କିଛି ଦୃଶ୍ୟମାନ ହେଉନଥିଲା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି । ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.