ବଜେଟ ଅଧିବେଶନର ଦ୍ୱିତୀୟ ଦିନ; ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋମବାର ଠାରୁ ବିଧାନସଭାରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ଆଜି ଅଧିବେଶନର ଦ୍ବିତୀୟ ଦିନ ।  ଦ୍ୱିତୀୟ ଦିନ ବେଶ୍ ସରଗରମ ରହିବା ଆଶା କରାଯାଉଛି । ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି ।

ସେହିପରି ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ। କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଆସିପାରେ। ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଲୋଚନା ହେବ। ସ୍ୱଳ୍ପ ଦିବସର ଅଧିବେଶନରେ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଗୃହରେ ଘେରିବା ପାଇଁ ରଣନୀତି କରିଛନ୍ତି।

10ଟା 30ରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ ।  ଗତକାଲି ବିଧାନସଭାରେ ପ୍ରଥମ ଅଭିଭାଷଣ ରଖି ରାଜ୍ୟପାଳ ରଘୁବର ଦାସ  ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉପରେ ମତ ରଖିଥିଲେ । ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ଅନେକ ସୁବିଧା ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ଦେଇଛନ୍ତି । ଆସନ୍ତା 8 ତାରିଖରେ 2024-25 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ।

ସେହିପରି ୨୦୨୭ ସୁଦ୍ଧା ମେଟ୍ରୋ ରେଳ ଆରମ୍ଭ ଓ ୨୦୨୪ ଡିସେମ୍ୱର ସୁଦ୍ଧା ବସ୍ତି ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ତତ୍ପରତାର ସହ କାମ କରୁଥିବା କହିଥିଲେ । ଫାଇଭ ଟି ଓ ମୋ ସରକାର ପ୍ରଶାସନିକ ସେବା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ସେହିପରି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି । ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ କମିଆସିଛି ।

Leave A Reply

Your email address will not be published.