ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଆକ୍ସନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ ଏଲ୍‌ଜିଙ୍କ ଛାଟ।  ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ 223 କର୍ମଚାରୀଙ୍କୁ ଏକକାଳୀନ ବରଖାସ୍ତ କରିଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ବର୍ତ୍ତମାନ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ପୂର୍ବତନ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କ କାର୍ଯ୍ୟକାଳରେ ଭର୍ତ୍ତି ସମ୍ପର୍କିତ ସର୍ତ୍ତାବଳି ଉଲ୍ଲଂଘନ କରାଯାଇ ଏହି ନିଯୁକ୍ତି ମିଳିଥିବା ଅଭିଯୋଗରେ ରାଜଭବନ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି । ତୁରନ୍ତ ଏହି କର୍ମଚାରୀମାନଙ୍କୁ ଦାୟିତ୍ବରୁ ଅପସାରଣ କରିବା ପାଇଁ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ନିର୍ଦ୍ଦେଶ ରହିଛି । ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶରେ ଡିସିଡବ୍ଲୁ ଆକ୍ଟଙ୍କୁ ଦର୍ଶାଯାଇଛି।

ଆୟୋଗରେ କେବଳ ୪୦ଟି ପଦବୀ ମଞ୍ଜୁର ହୋଇଛି। ଚୁକ୍ତିନାମା ଅନୁଯାୟୀ କର୍ମଚାରୀ ନିଯୁକ୍ତ କରିବାର ଅଧିକାର ଡିସିଡବ୍ଲ୍ୟୁ ପାଖରେ ନାହିଁ ବୋଲି ଏଥିରେ କୁହାଯାଇଛି।  ମାତ୍ର ସେଠାରେ ସମସ୍ତ ନିୟମ ଉଲ୍ଲଂଘନ କରାଯାଇ ମାତ୍ରାଧିକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲା । ଆୟୋଗର ସହକାରୀ ନିର୍ଦ୍ଦେଶିକାଙ୍କ ଦ୍ବାରା ଜାରି ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ବିଭିନ୍ନ ପଦବୀରେ ଭର୍ତ୍ତି ପ୍ରକ୍ରିୟା ବେଳେ ଆଶାୟୀଙ୍କର ପ୍ରାର୍ଥୀଙ୍କର କୌଣସି ମୂଲ୍ୟାଙ୍କନ ମଧ୍ୟ କରାଯାଇନଥିଲା । 2017ରେ ତତ୍କାଳୀନ ଉପରାଜ୍ୟପାଳଙ୍କୁ ପଠାଯାଇଥିବା ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନର ଆମ ଆଦମୀ ପାର୍ଟି ସାଂସଦ ସ୍ବାତୀ ମାଲିଓ୍ବାଲ ପୂର୍ବରୁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଥିଲେ ।

ମହିଳା ବିରୋଧୀ ହିଂସା, ଅପରାଧ ଓ ଆଇନ ଶୃଙ୍ଖଳା ସ୍ଥିତି ପରି ଏକାଧିକ ପ୍ରସଙ୍ଗରେ ସେ ଦିଲ୍ଲୀ ପୋଲିସକୁ ବାରମ୍ବାର ସମନ ମଧ୍ୟ କରି ଚର୍ଚ୍ଚାକୁ ଆସିଥିଲ । ଜାନୁଆରୀରେ ଦିଲ୍ଲୀର 3 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସ୍ବାତୀଙ୍କୁ ପ୍ରାର୍ଥୀ କରିଥିଲା କେଜ୍ରିଓ୍ବାଲଙ୍କ ଦଳ । ସ୍ବାତୀ ଉଚ୍ଚସଦନକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ମାତ୍ର ଦାୟିତ୍ବ ଛାଡିବାର ପ୍ରାୟ 2 ମାସ ପରେ ତାଙ୍କ କାର୍ଯ୍ୟକାଳରେ ହୋଇଥିବା ଗଣନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଛି । ସିଧାସଳଖ 223 କର୍ମଚାରୀଙ୍କୁ ଉପରାଜ୍ୟପାଳ ଦାୟିତ୍ବରୁ ବରଖାସ୍ତ କରିଛନ୍ତି ।

Leave A Reply

Your email address will not be published.