ସଲମାନ ଖାନଙ୍କ ଘରକୁ ଗୁଳିମାଡ଼ ମାମଲାର ଅଭିଯୁକ୍ତର ଆତ୍ମହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ଗିରଫ ହୋଇଥିବା ଅନୁଜ ଥାପନଙ୍କ ମୃତ୍ୟୁ ଘଟଣା । ଗତକାଲି ଜଣେ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା ପିରବାର ଲୋକେ ଅଭିଯୋଗ କରିଛନ୍ତି।  ଏଣୁ ତାଙ୍କ ପୋଷ୍ଟମର୍ଟମ ମୁମ୍ବାଇ ବାହାରେ କରାଯିବାକୁ ମଧ୍ୟ ପରିବାରବର୍ଗ ଦାବି କରିଛନ୍ତି । ସେପଟେ ଅନୁଜ ମୃତ୍ୟୁ ମାମଲାର ତଦନ୍ତ କରିବ ସିଆଇଡି ବୋଲି ଜଣାପଡିଛି । ତେବେ ସୂଚନା ମୁତାବକ, ପଞ୍ଜାବର ବାସିନ୍ଦା ଥାପନ ଏପ୍ରିଲ ୧୪ ତାରିଖରେ ଅଭିନେତାଙ୍କ ବାନ୍ଦ୍ରାସ୍ଥିତ ଘର ବାହାରେ ଗୁଳି ଚଳାଇଥିବା ସୁଟରଙ୍କୁ ଅସ୍ତ୍ର ଯୋଗାଇ ଦେଇଥିବାର ଅଭିଯୋଗ ହୋଇଥିଲା। ତାଙ୍କୁ ଏକ ସପ୍ତାହ ପୂର୍ବରୁ ଗିରଫ କରାଯାଇ ମୁମ୍ବାଇ ପୁଲିସ ମୁଖ୍ୟାଳୟ ନିକଟରେ କ୍ରାଇମ ବ୍ରାଞ୍ଚରେ ରଖାଯାଇଥିଲା।

ପୁଲିସର ସୂଚନାନୁସାରେ,  ଥାପନ୍ ଏବଂ ଅନ୍ୟ ପାଞ୍ଚଜଣ ଜେଲ୍‌ରେ ଅପରେ ଥିଲେ। ଗତକାଲି ସକାଳ ପ୍ରାୟ ୧୧ଟା ବେଳେ ସେ ଶୌଚାଳୟକୁ ଯାଇଥିଲେ। ତା’ପରେ ସେ ଦୀର୍ଘ ସମୟ ଧରି ବାହାରକୁ ଆସିନଥିଲେ। ପୁଲିସ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ତ ସେ ଏକ ବେଡସିଟରେ ଟାଙ୍ଗି ହୋଇ ଜୀବନ ହାରି ସାରିଥିଲେ। ପୁଲିସ୍‌ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି। ପୁଲିସ୍ କର୍ମଚାରୀଙ୍କ ଦ୍ବାରା ଯଦି ଅବହେଳା ହୋଇଛି ତେବେ ଏହି ଘଟଣାକୁ ଏବେ ସିଆଇଡି ଯାଞ୍ଚ କରିବ ବୋଲି ସୂଚନା ରହିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଲକ୍ ଅପ୍ ନିକଟରେ ପାଞ୍ଚ ଜଣ ପୁଲିସ ଡ୍ୟୁଟିରେ ଥିଲେ ଏବଂ ସିସିଟିଭି କ୍ୟାମେରା ମଧ୍ୟ ଅଛି। ସେ କହିଛନ୍ତି ଯେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପ୍ରକୃତରେ କ’ଣ ଘଟିଛି ତାହା ଜଣାପଡ଼ିବ। ଆଜି ଜେଜେ ହସ୍ପିଟାଲରେ ଶରୀର ବ୍ୟବଚ୍ଛେଦ କରାଯିବ। ଜେଲର ଅନ୍ୟ ଅନ୍ତେବାସୀ କହିଛନ୍ତି ଯେ ଥାପନ୍ ତାଙ୍କୁ ଜାମିନ ମିଳି ନ ପାରେ ବୋଲି ଭାବି ଭାବି ଖୁବ୍ ଚିନ୍ତିତ ଥିଲେ।

Leave A Reply

Your email address will not be published.