ପୁଣି ମନ୍ଦିରରୁ ଲୁଟ 

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ପୁଣି ମନ୍ଦିରରୁ ଲୁଟ | ମନ୍ଦିର ଉପରେ ଲୁଟେରା ଙ୍କ ଲୋଲୁପ ଦୃଷ୍ଟି । ଛାଡୁ ନାହାନ୍ତି ମନ୍ଦିର।ଲୁଟିନେଉଛନ୍ତି ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ | ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅସିମିଳା ଗ୍ରାମ ର ଶିବ ମନ୍ଦିର ଏବଂ ସୋର ଥାନା ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମ ରେ ମନ୍ଦିର ରୁ ସିରିଜ ଚୋରି ହୋଇଛି |

ସୋର ଥାନା ଅଞ୍ଚଳ ରେ ଗତ ପନ୍ଦର ଦିନରେ ୧୦ ଟି ମନ୍ଦିରରୁ ଚୋରି ହୋଇଥିବା ବେଳେ ଚୋରଙ୍କ ଟେର ପାଉନି ସୋର ପୋଲିସ | ବାରମ୍ବାର ଲୁଟେରା ମାନେ ପୋଲିସକୁ ଖୋଲାଖୋଲି ଚେଲେଞ୍ଜ ଦେଉଥିବା ଜଣାପଡୁଛି | ଅଭିଯୋଗ ପାଇ ସୋର ପୋଲିସ ଚୋରି ହୋଇଥିବା ମନ୍ଦିର ରେ ପହଂଚି ତଦନ୍ତ ଆରମ୍ଭ କରିଛି |

କିଛି ଦିନ ପୂର୍ବ ରୁ ବିଳମ୍ବିତ ରାତିରେ ସୋର ଥାନା ସାଜନପୁର ପଞ୍ଚାୟତ ର ସିରାପୁର ଖେଡେଇ ମନ୍ଦିର ରୁ ଲକ୍ଷ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ଚୋରି ହୋଇଥିବା ବେଳେ ଅଙ୍କବରହମପୁର ଥିବା ରାଧାକୃଷ୍ଣ ମନ୍ଦିର ରୁ ଏକ ଲକ୍ଷ ଟଙ୍କାର ରୂପା ମୁକୁଟ, ରୂପା ବଂଶୀ ଓ ଅନ୍ୟ ଠାକୁରଙ୍କ ଅଳଙ୍କାର ଚୋରି ହୋଇଥିଲା | ବାରମ୍ବାର ଲୁଟେରା ମାନେ ମନ୍ଦିର କୁ ଟାର୍ଗେଟ କରୁଥିବା ବେଳେ ଚିନ୍ତାରେ ସାଧାରଣ ଲୋକେ |

Leave A Reply

Your email address will not be published.