ସହାୟତା ରାଶିରୁ ବଂଚିତ ସାମୁଦ୍ରିକ ମତ୍ସ୍ୟ ଜୀବି AFO କୁ କଲେ ଅଭିଯୋଗ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସହାୟତା ରାଶିରୁ ବଂଚିତ ସାମୁଦ୍ରିକ ମତ୍ସ୍ୟ ଜୀବି AFO କୁ କଲେ ଅଭିଯୋଗ | ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷିତ ପ୍ରଜନନ ନେଇ 6 ମାସ ମାଛ ଧରା ନିଷେଧ ରହିଥାଏ | ଏହି ନିଷେଧlଜ୍ଞା ସମୟରେ ସାମୁଦ୍ରିକ ମତ୍ସ୍ୟ ଜୀବି ପରିବାର ପ୍ରତିପୋଷଣ ନେଇ ସରକାର ପଞ୍ଜିକୃତ ମତ୍ସ୍ୟ ଜୀବିମାନଙ୍କୁ ସହାୟତା ରାଶି ଯୋଗାଇ ଦେଇଥାନ୍ତି |

ଚଳିତ ବର୍ଷ ମହାକାଳପଡ଼ା ବ୍ଲକ ର 3444 ମତ୍ସ୍ୟ ଜୀବି ଙ୍କୁ ସହାୟତା ରାଶି ମିଳିଥିବା ବେଳେ ଅନେକ ଯୋଗ୍ୟ ପରିବାର ବଂଚିତ ଅଛନ୍ତି | ଏନେଇ ଶୁକ୍ରବାର ବିଜୟ ନଗର ସାହାବାଜପୁର ଆଦି ସାମୁଦ୍ରିକ ମତ୍ସ୍ୟ ଗ୍ରାମର ମହିଳା ଓ ପୁରୁଷ ମାନେ ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ )ଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଛନ୍ତି | ପିଢ଼ି ପିଢ଼ି ଧରି ମାଛ ଧରି ପେଟ ପୋଷୁଥିବା ପରିବାର ର ଅନ୍ୟ କିଛି ବେଉଷା ନଥିବାରୁ ସହାୟତା ରାଶି ନମିଳିଲେ ବାର ଓଳି ଶୁଣ୍ଡି ପିଣ୍ଡା ହେବେ |

ଏନେଇ ସହକାରୀ ମତ୍ସ୍ୟ ଅଧିକାରୀ (AFO )ଉପଯୁକ୍ତ ତଦନ୍ତ କରି ଯୋଗ୍ୟ ମତ୍ସ୍ୟ ଜୀବି ଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଦାବିକରନ୍ତି | ଏନେଇ AFO କହନ୍ତି ଉପଯୁକ୍ତ ମାର୍ଗରେ କାଗଜାତ ସହିତ ଆବେଦନ କରିଥିବା ବ୍ୟକ୍ତିଙ୍କୁ ପର୍ଯ୍ୟାୟ କ୍ରମେ ସହାୟତା ରାଶି ମିଳିବ ବୋଲି କୁହନ୍ତି |

Leave A Reply

Your email address will not be published.