ହୀରାକୁଦ ଜଳ ଭଣ୍ଡାରରେ ଆଉ ୪ଟି ଗେଟ୍‌ ବନ୍ଦ, କମୁଛି ଜଳସ୍ତର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ହୀରାକୁଦ ଜଳ ଭଣ୍ଡାରରେ ଆଜି ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି । ଉପରମୁଣ୍ଡରେ ବର୍ଷା ନଥିବାରୁ ଜଳ ଭଣ୍ଡାରରେ କ୍ରମଶଃ ଜଳସ୍ତର କମିବାରେ ଲାଗିଛି। ଫଳରେ ଗୁରୁବାର ରାତି 9ଟା ସୁଦ୍ଧା ପର୍ଯ୍ୟାୟକ୍ରମେ 12ଟି ଗେଟ ବନ୍ଦ କରାଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍‌ ବନ୍ଦ କରାଯାଇଛି। ବର୍ତ୍ତମାନ 24ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦରେ ବର୍ତ୍ତମାନ ଜଳସ୍ତର 622.93ଫୁଟ ରହିଥିବା ବେଳେ ଡ୍ୟାମକୁ ସେକେଣ୍ଡରେ 3 ଲକ୍ଷ 90 ହଜାର 189ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ 4ଲକ୍ଷ 77ହଜାର 26ଘନଫୁଟ ଜଳ ନିଷ୍କାସିତ ହେଉଥିବା ସୂଚନା ଦିଆଯାଇଛି।

ବର୍ତ୍ତମାନ ହୀରାକୁଦର ଜଳସ୍ତର ଅଛି ୬୨୨.୨୭ ଫୁଟ । ଇନ ଫ୍ଲୋ ହେଉଛି ୨୯୩୨୨୫ କ୍ୟୁସେକ ଏବଂ ୪୭୫୭୨୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ୨୮ ଟି ଗେଟ୍ ଖୋଲା ଅଛି । ଫଲିଂ ଟ୍ରେଣ୍ଡ ଚାଲିଛି । ମୁଣ୍ଡୁଳି ପାଖରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି । ଲଘୁଚାପ ବର୍ଷା ଉପରେ ନଜର ରଖାଯାଇଛି । ଏପରି ସ୍ଥିତି ୨୦-୨୧ ତାରିଖ ଯାଏଁ ଲାଗି ରହିବ । କାରଣ ବର୍ଷା ଅଛି । ୭ ଟି ଘାଇ ହୋଇଛି ମହାନଦୀ ସିଷ୍ଟମରେ । ତାକୁ ଟେମ୍ପୋରାରି ମରାମତି କରାଯାଇଛି । ସବୁଠି ଜଳସ୍ତର କମୁଛି । ହୀରାକୁଦ ଗେଟ୍ ଅଧିକ ଖୋଲିବା ଆବଶ୍ୟକତା ପଡ଼ିବନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

Leave A Reply

Your email address will not be published.