ଓହିଆ ନ୍ୟୁଜ୍ (ବ୍ୟୁରୋ): ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଚଢୁଛି ଚନ୍ଦ୍ରାଯାନ-୩ । ପାଖଉଛି ଚନ୍ଦ୍ର, ବଢୁଛି ଦେଶବାସୀଙ୍କ ଉତ୍କଣ୍ଠା । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଆଜି ଚନ୍ଦ୍ରଯାନ-୩ରୁ ଲ୍ୟାଣ୍ଡର୍ ‘ବିକ୍ରମ’ ସଫଳତାର ସହିତ ପୃଥକ୍ ହୋଇଥିବା କଥା ‘ଇସ୍ରୋ’ କହିଛି। ଅଗଷ୍ଟ ୨୩ ତାରିଖ ଦିନ ଲ୍ୟାଣ୍ଡର୍ ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଟୁଇଟ୍ କରି ‘ଇସ୍ରୋ’ କହିଛି, ‘ଏଲ୍ଏମ୍’ ସଫଳତାର ସହିତ ‘ପ୍ରପଲ୍ସନ୍ ମଡ୍ୟୁଲ୍ଦରୁ (ପିଏମ୍) ପୃଥକ୍ ହୋଇଛି। ଆଗାମୀକାଲି ପାଇଁ ସ୍ଥିରୀକୃତ କରାଯାଇଥିବା ନିମ୍ନାବତରଣ କକ୍ଷପଥଠାରୁ ‘ଏଲ୍ଏମ୍’ ସାମାନ୍ୟ ତଳକୁ ଥିବା କକ୍ଷପଥରେ ପ୍ରବେଶ କରିବ।
ସଂଗୃହୀତ ରିପୋର୍ଟ ଅନୁସାରେ, ଆଜି ଅପରାହ୍ଣ ୧ଟା ବେଳେ ଚନ୍ଦ୍ରଯାନ-୩ର ‘ପ୍ରପଲ୍ସନ୍ ମଡ୍ୟୁଲ୍ଦରୁ ‘ଲ୍ୟାଣ୍ଡର୍ ବିକ୍ରମ’ ବିଚ୍ଛିନ୍ନ ହୋଇଥିଲା। ଭାରତୀୟ ମହାକାଶ କାର୍ୟ୍ୟକ୍ରମର ସଂସ୍ଥାପକ ବିକ୍ରମ ସାରାଭାଇଙ୍କ ନାମାନୁସାରେ ନାମିତ ଏହି ‘ଲ୍ୟାଣ୍ଡର୍’ ସାଥିରେ ‘ପ୍ରଜ୍ଞାନ’ ନାମକ ‘ରୋଭର୍’ ନେଇଯାଇଛି । ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଛି ପ୍ରପଲସନ୍ ମଡ୍ୟୁଲ ।
ଉଲ୍ଲେଖଯୋଗ୍ୟ, ପୃଥକ୍ ହେବା ପରେ ଲ୍ୟାଣ୍ଡର୍ର ଗତି ବେଗ ମନ୍ଥର କରାଯାଇ ତାହାକୁ ଚନ୍ଦ୍ରପୃଷ୍ଠର ନିକଟତମ ସ୍ଥାନ (୩୦ କିଲୋମିଟର୍ ଉଚ୍ଚ) ‘ପେରିଲୁନ୍ଦ ଓ ଦୂରତମ ସ୍ଥାନ (୧୦୦ କିରଲୋମିଟର୍) ‘ଆପୋଲୁନ୍ଦ ମଧ୍ୟସ୍ଥ କକ୍ଷପଥରେ ଛଡ଼ାଯାଏ। ସେହି କକ୍ଷପଥରୁ ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଲ୍ୟାଣ୍ଡର୍ ବିକ୍ରମଦର ନିୟନ୍ତ୍ରିତ ଅବତରଣ ବା ‘ସଫ୍ଟ୍ ଲ୍ୟାଣ୍ଡିଙ୍ଗ୍’ ପାଇଁ ଉଦ୍ୟମ କରାଯିବ।