ଆସୁଛି ଆଉ ଏକ ଲଘୁଚାପ; ୧୦ ଯାଏଁ ପ୍ରବଳ ବର୍ଷିବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାଙ୍ଗେୟ ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଝାଡ଼ଖଣ୍ଡ ସହିତ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।  ସେହିପରି ତେଲ ଓ ହୀତୀର ପାଣିରେ ଫୁଲିପାରେ ମହାନଦୀ । ତେଣୁ ସବୁ ଜିଲ୍ଲାପାଳ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ ବିଭାଗ ସୂଚନାନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ସତର୍କ ରହିବାକୁ ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକ ବାଙ୍କୀରେ ସର୍ବାଧିତ ୩୧୭ ମିମି ବର୍ଷା ହୋଇଛି। ନୟାଗଡ଼ ଜିଲ୍ଲା ଭାପୁରରେ ୨୧୦, ବେଗୁନିଆରେ ୧୮୬ ମିମି ବର୍ଷା ହୋଇଛି।

ଅନ୍ୟପଟେ ପ୍ରବଳ ବର୍ଷାରେ ଆଠଗଡ-ସମ୍ୱଲପୁର ରାସ୍ତା ବୁଡିଲା। ବୀରମହାରାଜପୁର-ଆମ୍ରପଲ୍ଲୀ ରାସ୍ତାରେ ୫ ଫୁଟ ପାଣି। କିନ୍ତୁ ହୀରାକୁଦ ତଳମୁଣ୍ଡରେ ବଡ଼ ବନ୍ୟା ପରିସ୍ଥିତି ନାହିଁ ।  ବର୍ଷା ସମୟରେ ଆଗକୁ ଦୃଶ୍ୟମାନ କ୍ଷମତା କମ୍‌ ରହିବ। ସହରାଞ୍ଚଳରେ ଜଳ ନିଷ୍କାସନରେ ସମସ୍ୟା ଉପୁଜିପାରେ। ସତର୍କ ସୂଚନା ଦିଆଯାଇଥିବା ଅଞ୍ଚଳରେ କଚ୍ଚାଘର ଭାଙ୍ଗିବା, ରାସ୍ତା ଧୋଇ ହୋଇଯିବା, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ପନିପରିବା ଫସଲ ନଷ୍ଟ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.