ପୁଣି ଏକ୍ସପ୍ରେସରେ ଲାଗିଲା ନିଆଁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଏକ୍ସପ୍ରେସରେ ଲାଗିଲା ନିଆଁ । ବେଙ୍ଗାଲୁରୁର କ୍ରାନ୍ତିବୀରା ସାଙ୍ଗୋଲି ରାୟନା(କେଏସଆର) ରେଳ ଷ୍ଟେସନରେ ଶନିବାର ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ପଠାଯାଇଛି। ଏହି ଟ୍ରେନ ମୁମ୍ବାଇ-ବାଙ୍ଗାଲୋର ଷ୍ଟେଶନ ପର୍ୟ୍ୟନ୍ତ ଚାଲିଥାଏ ଏବଂ କେଏସଆର ରେଳ ଷ୍ଟେଶନରେ ଏହାର ଶେଷ ଷ୍ଟପେଜ୍‌।

ସୂଚନାଯୋଗ୍ୟ, ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇବାର ଦୁଇ ଘଣ୍ଟା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ କୌଣସି ମୃତ କିମ୍ବା ଆହତ ହୋଇନାହାଁନ୍ତି। ଅଗ୍ନିଶମ ବାହିନୀ ଏବଂ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଖୁବଶୀଘ୍ର ଏହାର କାରଣ ଜଣାପଡ଼ିବ ।

 

 

 

Leave A Reply

Your email address will not be published.