ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାରୁ ପୁଣି ଗୁଳି ବିନିମୟ ହେବାର ଖବର ରହିଛି। ସୋମବାର ଦିନ ଆକ୍ରମଣକାରୀ ୱାଶିଂଟନ୍ ଡିସିର ଉତ୍ତର-ପୂର୍ବ ଅଞ୍ଚଳରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଏଫ୍ ଷ୍ଟ୍ରିଟ୍ ଏନଇ ର ୧୫୦୦ ବ୍ଲକ୍ରେ ଏହି ଗୁଳି ବିନିମୟ ହୋଇଥିଲା। ୱାଶିଂଟନ୍ ଡିସି ପୋଲିସ କହିଛି ଯେ ଘଟଣାର ତଦନ୍ତ କରାଯାଉଛି। ମହାନଗର ନିଗମ ପୋଲିସ ବିଭାଗ (ଏମପିଡି) ଅନୁଯାୟୀ ସୋମବାର ରାତି ପ୍ରାୟ ୮.୩୦ ସମୟରେ ଏହି ଗୁଳି ବିନିମୟ ହୋଇଥିଲା।
ଏମପିଡି ମୁଖ୍ୟ ରବର୍ଟ କଣ୍ଟି ନିଶ୍ଚିତ କରିଛନ୍ତି ଯେ ଗୁଳିରେ ୫ଜଣ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ମଧ୍ୟରେ ଏପର୍ୟ୍ୟନ୍ତ କାହାକୁ ଚିହ୍ନଟ କରାଯାଇ ନାହିଁ। ସମସ୍ତ ଆହତ ପୁରୁଷ ବୋଲି କଣ୍ଟି ନିଶ୍ଚିତ କରିଛନ୍ତି। କେଉଁ କାରଣରୁ ଗୁଳି ବିନିମୟ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।