ମୁମ୍ବାଇ (ଓଡ଼ିଆ ନ୍ୟୁଜ୍ ): ବଲିଉଡ୍ରେ ଏଣ୍ଟ୍ରି ମାରିଲେ ଆଉ ଜଣେ ଷ୍ଟାର୍ କିଡ୍ । ଖୁବ୍ଶୀଘ୍ର ବଡ଼ ପରଦାରେ ନଜର ଆସିବେ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ପୂନମ୍ ଢିଲୋଁଙ୍କ ଝିଅ ପାଲୋମା । ସୂରଜ ବଡ଼ଜାତ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମରେ ପାଲୋମା ଓହ୍ଲାଇବେ ସିଲଭର ସ୍କ୍ରିନ୍କୁ । ଏନେଇ ଘୋଷଣା କରିଛନ୍ତି ଫିଲ୍ମମେକର୍ । ରାଜଶ୍ରୀ ପ୍ରଡକ୍ସନ୍ ଅଧୀନରେ ଫିଲ୍ମଟି ନିର୍ମିତ ହେବ। ସବୁଠୁ ବଡ଼ କଥା ହେଉଛି ଅଭିନେତା ତଥା ରାଜନେତା ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ମଧ୍ୟ ଏହି ଫିଲ୍ମରେ ଦେଖାଦେବେ ।

ମା’ ପୁନମ୍ଙ୍କ ଭଳି ପାଲୋମା ବି ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବେ ଏବଂ ଅନ୍ୟ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ଖୁବ୍ଶୀଘ୍ର ସାମିଲ ହେବେ ବୋଲି ଆଶା କରାଯାଉଛି। ତେବେ ସୂରଜ ବଡ଼ଜାତ୍ୟାଙ୍କ ପୁଅ ଅବନିଶ ବଡ଼ଜାତ୍ୟା ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ।