ଓଡ଼ିଆ ନ୍ୟୁଜ୍: ପୁଣି ଥରେ ବିବାହ କଲେ ସମନ୍ଥା। ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ଗୁପ୍ତ ଭାବେ ବିବାହ କରିଛନ୍ତି। ବିବାହର ଫଟୋ ଶେୟାର କରି ସାମନ୍ଥା କେବଳ ଲେଖିଛନ୍ତି, ୧.୧୨.୨୦୨୫।
ସାମନ୍ଥା ଏବଂ ରାଜ ସୋମବାର ସକାଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଇଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ତିରିଶ ଜଣ ଅତିଥି ଯୋଗ ଦେଇଥିଲେ। ସାମନ୍ଥା ଏକ ଲାଲ ଶାଢ଼ି ପିନ୍ଧିଥିଲେ।
ରାଜ ଏବଂ ସାମନ୍ଥା ଉଭୟଙ୍କ ପାଇଁ ଦ୍ୱିତୀୟ ବିବାହ। ରାଜଙ୍କ ପୂର୍ବତନ ସ୍ତ୍ରୀ ଶ୍ୟାମଳୀ ଦେ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖାଥିଲା, ହତାଶ ଲୋକମାନେ ହତାଶ କାମ କରନ୍ତି। ଏହି ପୋଷ୍ଟ ସାମନ୍ଥା ଏବଂ ରାଜଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆହୁରି ତ୍ୱରାନୱିତ କରିଥିଲା। ରାଜ ଏବଂ ଶ୍ୟାମଳୀ ୨୦୨୨ରେ ଛାଡପତ୍ର ନେଇଥିଲେ।