ଭରା ଦର୍ଶକ ଗହଣରେ କହୁ କହୁ କହିଦେଲେ ଅନୁଭବ, ‘ମୁଁ ପ୍ରେମରେ ବିଫଳ ହୋଇଛି ବୋଲି ସଫଳତା ପାଇଛି’

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କହୁ କହୁ ସତ କହିଦେଲେ ଅନୁଭବ । ଭଲ ପାଇଲେ ଧୋକା ମିଳେ। ଆଉ ଲଭରେ ବିଫଳ ହେଲେ ଅନ୍ୟ କ୍ଷେତ୍ରରେ ସଫଳତା ମିଳେ। ଏ ଦୂନିଆରେ ଯାହାକୁ ପ୍ରକ୍‌ତ ଭଲ ପାଇବ ସେ ଧୋକା ଦେବ କିନ୍ତୁ ଯିଏ ଧୋକା ଦିଏ ନାହିଁ ତାକୁ ଆମେ କେବେ ଭଲ ପାଉନାହେଁ । ଆଉ ସେମାନେ କେବେ ଆମଠାରୁ ଭଲ ପାଇବା ବ୍ୟତିତ ଆଉ କିଛି ଚାହାନ୍ତି ନାହିଁ,  ସେମାନେ ହେଉଛନ୍ତି ଆମ ବାପା ମା‘। ଗତକାଲି ଆୟୋଜିତ ହୋଇଥିବା ଦ୍ୱିତୀୟ ରୟାଲ୍‌ଷ୍ଟାଗ୍ ଓଡିଶା ମ୍ୟୁଜିକ୍ ଆୱାର୍ଡ ୨୦୨୨ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଭବ ଏଭଳି କହିଛନ୍ତି । ଷ୍ଟେଜ୍ ରେ ରହି ଉପସ୍ଥିତ ଦର୍ଶକଙ୍କୁ ନିଜ ଜୀବନରେ ପ୍ରେମର ବିଫଳତା ନେଇ କହିଛନ୍ତି। ସେ କହିଛନ୍ତି ମୁଁ ଲଭରେ ବିଫଳ ହୋଇଛି ବୋଲି ଲୋକଙ୍କ ଭଲ ପାଇବା ମୋତେ ମିଳିଛି । ଆଉ ପ୍ରତ୍ୟେକ କାମରେ ମୋତେ ସଫଳତା ମିଳିଛି । ଖୋଲା ଖୋଲି ନିଜ  ନିଜ ପାରିବାରିକ ମାମଲା ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିନଥିଲେ ମଧ୍ୟ ପରୋକ୍ଷରେ  ତାଙ୍କ  ପ୍ରେମକୁ ନେଇ ଅନୁଭବ ସତ କହିଥିବାର ଚର୍ଚ୍ଚା ହେଉଛି।

କହିରଖୁଛୁ କି ପାରିବାରିକ ମାମଲାକୁ ନେଇ ବିଗତ ଦୁଇ ବର୍ଷ ହେବ ଅନୁଭବ ଅବଶାଦରେ ରହି ଆସୁଛନ୍ତି। ବାହାରକୁ  ଜଣା ପଡୁନଥିଲେ ମଧ୍ୟ କେଉଁଠି ନା କେଉଁଠି  ଅନୁଭବ ପ୍ରେମ ଉପରୁ ବିଶ୍ବାସ ଓ ଭରଷା ଉଠାଇ ଦେଇଥିବାର ଜଣା ପଡୁଛି। ଯାହାକି ଗତକାଲିର ଷ୍ଟେଜ୍ ସୋରେ ହିଁ ଦେଖିବାକୁ  ମିଳିଛି।

ଲାଗୁଛି ଯେମିତି  ସାଂସଦ ହେବା ପରଠାରୁ ଅନୁଭବଙ୍କ ଲକ୍ ସାଥ ଦେଉନି।  ଯେବେଠାରୁ ସାଂସଦ ହୋଇଛନ୍ତି  ସେବେଠାରୁ ଟିଭି ପରଦାରେ ଦେଖିବାକୁ  ମିଳିନାହାନ୍ତି ଅନୁଭବ।  କିଛି ଦିନ ତଳେ ଏକ ଓଡିଆ ଚ୍ୟାନେଲର ରିଅଲିଟି ସୋରେ ହୋଷ୍ଟିଂ କରିବାର ସୁଯୋଗ ମିଳିଥିଲା । କିନ୍ତୁ କିଛି ଏପିସୋଡ ସୁଟିଂ ପରେ  ପର ମୁହର୍ତ୍ତରେ ସେହି କାର୍ଯ୍ୟକ୍ରମରୁ ଅନୁଭବଙ୍କ ବିଦା କରାଯାଇ ତାଙ୍କ ଜାଗାରେ  ସିଦ୍ଧାନ୍ତ ମହାପାତ୍ରଙ୍କୂ ହୋଷ୍ଟିଂ ଦାୟିତ୍ବ ଦିଆଯାଇଛି। ଏହା ପଛର କାରଣ କଣ ଜଣା ପଡିନଥିବା ବେଳେ ଅନୁଭବଙ୍କୁ ନେଇ କାଳେ ଉକ୍ତ ଓଡିଆ ଚ୍ୟାନେଲ ସନ୍ତୁଷ୍ଟ ନଥିବା ସନ୍ଦେହ କରାଯାଉଛି।

ପ୍ରତ୍ୟେକ ସମୟରେ କିଛି ନା କିଛି ଅସୁବିଧା ଦେଇ ଗତି କରୁଛନ୍ତି ଅନୁଭବ ।  ଲାଗୁଛି ଯେମିତି ଏଥିପାଇଁ କେନ୍ଦ୍ରାପଡା  ସଂସଦୀୟ କ୍ଷେତ୍ରକୁ ଅନେକ ସମୟରେ ଯାଇପାରୁନାହାନ୍ତି। ଯାହାର ଫଳ ସ୍ବରୂପ ବିଜେଡିର ଅନେକ କାର୍ଯ୍ୟକ୍ରମରେ ଅନୁଭବ ଡକାଯାଉନଥିବା ଦେଖିବାକୁ  ମିଳିଛି।

 

Leave A Reply

Your email address will not be published.