ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା: ବିଦ୍ୟୁତ ନଥିଲେ ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ଚାଲିଛି ଚକିତ୍ସା
ଓଡିଆ ନ୍ୟୁଜ୍(ବ୍ୟୁରୋ): ମେଡିକାଲ୍ ରେ ମୋବାଇଲ୍ ଲାଇଟ୍ ଆଲୁଅ ପକାଇ, ମହିଳାଙ୍କ ପ୍ରସବ ହେଲା ଏବଂ ମହମବତୀ ଆଲୁଅରେ ଚିକିତ୍ସା କରିବାକୁ ପଡିଲା ଡାକ୍ତର ଙ୍କୁ । ଗଂଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନଜରକୁ ଆସିଛି ଏଭଳି ଘଟଣା । ମେଡିକାଲ ରେ ବିଦ୍ୟୁତ ନଥିବାରୁ ଏଭଳି ଚିକିତ୍ସା କାର୍ଯ୍ୟ ଚାଲିଥିଲା । ବିଦ୍ୟୁତ ଚାଲିଯିବା ପରେ ଜେନେରେଟର କିମ୍ବା ଇନଭେଟର୍ ବ୍ୟବସ୍ଥା ନଥିବାରୁ ମୋବାଇଲ ଓ ମହମବତୀ ଆଲୁଅରେ ଚିକିତ୍ସା କରାଯାଇଥିବାକୁ ନେଇ ରୋଗୀ ଓ ସଂପର୍କୀୟ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପ୍ରସୂତିବିଭାଗ ଓ୍ବାର୍ଡ ର ଏଭଳି କିଛି ଭିଡିଓ ଉତ୍ତୋଳନ କରି , ଭାଇରାଲ୍ କରିଥିଲେ ଘଟଣା ସମୟରେ ଉପସ୍ଥିତ ଥିବା ଜନୈକ ମହିଳା ।
ଏହାପରେ ମହମବତୀ ଆଲୁଅରେ , ଉପସ୍ଥିତ ଥିବା ଡ଼ାକ୍ତର ରୋଗୀଙ୍କୁ ଚିକିତ୍ସା କରୁଥିବାର ଦୃଶ୍ୟ ନଜରକୁ ଆସିଥିଲା । ତେବେ ଏଭଳି ଅବ୍ୟବସ୍ଥାରେ ମଧ୍ୟ ରୋଗୀଙ୍କ ଚିକିତ୍ସା କରିବାକୁ ବାଧ୍ୟ ହେଉଛୁ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ , ସେ ସମୟରେ ଉପସ୍ଥିତ ଥିବା ଡ଼ାକ୍ତର । ଗତ କିଛି ଦିନ ପୂର୍ବରୁ ମଧ୍ୟ ସମାନ ଅବ୍ୟବସ୍ଥା ଘଟିଥିଲା ପୋଲସରା ମେଡିକାଲ୍ ରେ । କରେଣ୍ଟ ଚାଲିଯିବା ପରେ , ଆଲୁଅ ବ୍ୟବସ୍ଥା ପାଇଁ ହୋଇଥିବା ଜେନେରେଟର ଅଚଳ ହୋଇପଡିଥିବାରୁ , ଏଭଳି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଇଛି ।