ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

0

ଓଡ଼ିଆ ନ୍ୟୁଜ୍: ପ୍ରେମିକର ମୃତ୍ୟୁ ପରେ ଝୁଲି ପଡ଼ିଲେ ନାବାଳିକା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଖୀ ସେଣ୍ଟରରେ ଝୁଲି ପଡ଼ିଲେ।ବାଥରୁମ୍‌ରେ ବେକରେ ଓଢ଼ଣୀ ଲଗାଇ ଜୀବନ ହାରିଲେ।କିଛିଦିନ ପୂର୍ବେ ପ୍ରେମିକଙ୍କ ସହ ଘରୁ ପଳାଇ ଯାଇଥିଲେ ନାବାଳିକା। ଗତକାଲି ଗିରଫ ଭୟରେ ନାବାଳିକାଙ୍କ ପ୍ରେମିକ ଜୀବନ ହାରିଥିଲେ। ନାବାଳିକାଙ୍କୁ ଉଦ୍ଧାର କରାଯାଇ ସଖୀ ସେଣ୍ଟରରେ ରଖାଯାଇଥିଲା। ସକାଳୁ ବାଥରୁମ୍‌ ଯିବା ବାହାନାରେ ଓଢ଼ଣୀରେ ଝୁଲି ପଡ଼ିଲେ।

ଗତ ଗୁରୁବାର ରାତିରେ ନାବାଳିକାକୁ ନେଇ ପଳାଇଥିବା ଯୁବକ ଆତ୍ମହତ୍ୟା କରିଥିଲା । ବାପା ମାଙ୍କୁ ପୋଲିସ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଅଭିଯୁକ୍ତ ଯୁବକ ଆତ୍ମହତ୍ୟା କରିଥିଲା । ଅଭିଯୁକ୍ତର ଆତ୍ମହତ୍ୟା ପରେ ତାଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଥିଲା। ଉଭୟ ନାବାଳିକା ଓ ଅଭିଯୁକ୍ତ ଯୁବକ ପ୍ରେମ ବିବାହ କରିଥିଲେ । ଗତ ୧ ତାରିଖରୁ ଅଭିଯୁକ୍ତ ଯୁବକ ନାବାଳିକାକୁ ନେଇ ପଳାଇଥିଲା । ଅନୁଗୁଳ ସଦର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅପହରଣ ମାମଲା କରାଯିବା ପରେ ପୋଲିସ ତଦନ୍ତ କରୁଥିଲା ।

Leave A Reply

Your email address will not be published.