ଖାଦ୍ୟ ବିଷକ୍ରିୟା: ପରିବାରର ୩ ମୃତ

0

ଓଡ଼ିଆ ନ୍ୟୁଜ୍: ଖାଦ୍ୟରେ ବିଷକ୍ରିୟା କାରଣରୁ ମାଆ ସହ ୨ ପୁଅ ମୃତ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପ ଗାଁରେ ଅଘଟଣ। ପାଳଙ୍ଗ ଶାଗ, ଚିକେନ୍ ଖାଇ ଅସୁସ୍ଥ ହେବାରୁ ଯାଇଥିଲେ ମେଡିକାଲ୍‌। ଅନୁଗୁଳ ମେଡିକାଲ୍‌ରେ ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।

ଗୋଟିଏ ପରିବାରର ମା’ଓ ଦୁଇ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଅନ୍ତର ସାହୁଙ୍କ ୫୨ ବର୍ଷ ବୟସ୍କା ପନ୍ନୀ ଗୋଲାପ ସାହୁ। ତାଙ୍କ ସହିତ ୩୦ ବର୍ଷ ବୟସ୍କ ପୁତ୍ର ପିଣ୍ଟୁ ସାହୁ ଓ ୨୪ ବର୍ଷ ବୟସ୍କ ଲିଟୁ ସାହୁଙ୍କର ମଧ୍ୟ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା’ ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି। ସୋମବାର ସକାଳେ ଗୁରୁତର ଅବସ୍ଥାରେ ମା’ ଓ ଦୁଇ ପୁଅ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ।

 

Leave A Reply

Your email address will not be published.