ଅର୍ଚ୍ଚନା ଛାଡିଲେ ବାଣ, କହିଲେ ମୁଁହ ଖୋଲିଲେ ବଦଳି ଯିବ ଓଡିଶା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କ୍ୟାମେରା ଆଗରେ ମୁଁହ ଖୋଲିଲେ ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ। ଦେଲେ ବିସ୍ଫୋରକ ବୟାନ। ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ କେବଳ ୩୦ ମିନିଟ୍ ସମୟ ଦରକାର। ମୋତେ ଫସାଇ ଦିଆଯାଇଛି, ତଥ୍ୟ ପ୍ରମାଣ ସହ ସବୁ ଦେବି। ମୁଁ କାହାକୁ ଛାଡିବିନି। ମୋ ଆଖି ମୁହଁ ବନ୍ଦ କରି ମୋତେ ଗିରଫ କଲେ। ମୁଁ କଣ ଆତଙ୍କବାଦୀ ବୋଲି ପ୍ରଶ୍ନ କଲେ ଅର୍ଚ୍ଚନା। ସବୁ ଗୁମର ଖୋଲିବି। ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ଯାଞ୍ଚ୍ କରାଯାଉ । ସତ୍‌ସାହାସ ଥିଲେ ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସୁ ବୋଲି କହିଛନ୍ତି ଅର୍ଚ୍ଚନା।

ଅର୍ଚ୍ଚନା ପୁଣି କହିଛନ୍ତି ଯେ, ମୁଁ ସମ୍ମାନର ସହ ଇଡିକୁ ଅପେକ୍ଷା କରିଥିଲି। ଇଡି ତଦନ୍ତ କରୁ। ତଦନ୍ତକାରୀ ସଂସ୍ଥା ଉପରେ ମୋର ଯଥେଷ୍ଟ ବିଶ୍ଵାସ ରହିଛି। ଯେତେ ବଡ଼ ତଦନ୍ତକାରୀ ସଂସ୍ଥା ଆସୁ ସେଥିପାଇଁ ମୁଁ ପ୍ରସ୍ତୁତ ଅଛି। କିଛି ନଜାଣି ମୋତେ ବଦନାମ କରାଯାଇଛି। ମୋ ୫ ବର୍ଷର ଛୁଆର ଲୁହ ପଡ଼ିବ। ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଲେ। ମୋ ପାଖରେ ଏକ୍ସକ୍ଲ୍ୟୁସିଭ୍ ପ୍ରମାଣ ଅଛି। କେଉଁମାନଙ୍କର ଏଥିରେ ସମ୍ପୃକ୍ତି ଅଛି ସେନେଇ ସବୁ ଖୁଲାସା କରିବି। ମୁଁ ଉଚିତ୍ ସମୟକୁ ଅପେକ୍ଷା କରିଛି ବୋଲି କହିଲେ ଅର୍ଚ୍ଚନା।

Leave A Reply

Your email address will not be published.