ଅର୍ଚ୍ଚନା ନାଗ ଘଟଣାରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଫଟୋକୁ ବ୍ୟବହାର କରି ଅଡୁଆରେ ୱେବ୍ ଚ୍ୟାନେଲ, ମନ୍ତ୍ରୀଙ୍କ ଓକିଲ ପଠାଇଲେ ନୋଟିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବଦନାମ କରିବା ପାଇଁ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପରିବେଶଣ କରିଥିବା ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲକୁ ମହଙ୍ଗା ପଡ଼ିଛି । ଓ୍ବେବ ଚ୍ୟାନଲର ସମ୍ପାଦକଙ୍କୁ ୭ ଦିନ ଭିତରେ ନିସର୍ତ୍ତ କ୍ଷମା ମାଗି ସ୍ପଷ୍ଟିକରଣ ଦେବା ପାଇଁ ମନ୍ତ୍ରୀଙ୍କ ଓକିଲ ନୋଟିସ ପଠାଇଛନ୍ତି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫଟୋ ସହିତ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଫଟୋ ଲଗାଇ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଗତ ଅକ୍ଟୋବର ୧୨ ତାରିଖରେ ଏକ କଦର୍ଥ ଖବର ପ୍ରସାରଣ କରିଥିଲା ।

ଏଭଳି ଖବରର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଜଣେ ସୁପ୍ରତିଷ୍ଠିତ ଜନପ୍ରତିନିଧି ଓ ରାଜ୍ୟ କ୍ୟାବିନେଟର ମନ୍ତ୍ରୀଙ୍କୁ ଲୋକଲୋଚନରେ ବଦନାମ କରିବା ପାଇଁ କପଳକଳ୍ପିତ ଖବର ପ୍ରସାରଣ କରାଯାଇଛି । ଏହା ଆଇନ ବିରୁଦ୍ଧ । ଇଣ୍ଡିଆନ ଏକ୍ସପ୍ରେସ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି । ଏହାସହିତ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଆଇନର ଧାରା ୭୮ ଓ ଅଧିନିୟମ ୭୯ ଅନୁଯାୟୀ ସଂପୃକ୍ତ ଓ୍ବେବ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ମନ୍ତ୍ରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି, ଯେ ଆସନ୍ତା ୭ଦିନ ଭିତରେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ଏଭଳି କଦର୍ଥ ସମ୍ବାଦ ପରିବେଷଣ ନେଇ ଯଦି ନିସର୍ତ୍ତ କ୍ଷମା ନମାଗେ ଓ ସ୍ପଷ୍ଟିକରଣ ନଦିଏ । ତାହାଲେ ଓଡ଼ିଶା ରିପୋର୍ଟର ଓ୍ବେବ ଚ୍ୟାନେଲ ବୁରୁଦ୍ଧରେ କୋର୍ଟ ଓ ପ୍ରେସ କାଉନସିଲ ଇଣ୍ଡିଆରେ ମାମଲ ଦାୟର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯିବ ।

Leave A Reply

Your email address will not be published.